www.samajalive.in
Wednesday, December 10, 2025
16.1 C
Bhubaneswar

ନନ୍ ଟଚ୍ ବିମାନ ବନ୍ଦର ହେବ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭୁବନେଶ୍ଵର : ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ବିମାନ ବନ୍ଦର କର୍ତ୍ତୃପକ୍ଷ । ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

କରୋନା ପାଇଁ ଭୁବନେଶ୍ୱର ବିମାନବନ୍ଦର ଏକ ବିଶେଷ ବ୍ୟବସ୍ଥା ଆପଣାଇବ । ତଦନୁଯାୟୀ ଏଣିକି କୌଣସି ସ୍ପର୍ଶ ବିନା ଯାତ୍ରୀ ବିମାନରେ ବସିପାରିବେ । ବିମାନବନ୍ଦର ଟର୍ମିନାଲ ଭିତରେ ଯାହା ସବୁ କାର୍ଯ୍ୟ ହେବ ସବୁ ‘ନନ୍ ଟଚ୍’ ହେବ । ପ୍ରବେଶ ପଥ, ଟିକେଟ, ଚେକ ଇନ କାର୍ଯ୍ୟ ସବୁ ବିନା ସ୍ପର୍ଶରେ ହେବ । ଏକ ସ୍ୱତନ୍ତ୍ର ଯନ୍ତ୍ର ମାଧ୍ୟମରେ ପରିଚୟପତ୍ର ଓ ଟିକେଟ ଯାଞ୍ଚ କରାଯିବ । ପୂର୍ବରୁ କର୍ମଚାରୀମାନେ ହାତରେ ଟିକେଟ ଯାଞ୍ଚ କରୁଥିଲେ । ଲକଡାଉନ ଉଠିବା ପରେ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ।

- Advertisement -

ବିମାନ ବନ୍ଦର ପରିସରରେ ଏହି ସବୁ କାର୍ଯ୍ୟ ପାଇଁ  ବିମାନ ବନ୍ଦରର ଆଧୁନିକୀକରଣ କାମ ବି ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଟାଓ୍ୱାର, ପାରାଲାଲ୍ ଟାକ୍ସି ବେର କାମ ମଧ୍ୟ ଆରମ୍ଭ ହୋଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories