www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱଦେଶୀ ଟିକା ପ୍ରସ୍ତୁତ କରୁଛି ଭାରତ

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତ ପ୍ରତିଯୋଗିତାରେ ବେଶ୍‌ ଅଗ୍ରଣୀ ଲାଭ କରିଛି ଭାରତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ) ସହିତ ମିଶି ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲଜି (ଏନ୍‌ଆଇଭି)ଠାରେ ଟିକା ପ୍ରସ୍ତୁତ କରୁଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଶୀଘ୍ର ପ୍ରାଣୀଙ୍କଠାରେ ଏହାର ପରୀକ୍ଷା କରାଯିବ ବୋଲି ଆଇସିଏମ୍‌ଆର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗତ ମାସରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭାରତରେ ଟିକା ଗବେଷଣା ଓ ପ୍ରସ୍ତୁତି ପାଇଁ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଥିବା ନେଇ ସୂଚନା ଦେଇଥିଲେ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଭାରତ ସରକାର ଶନିବାର ସର୍ବାଧିକ ପ୍ରଭାବିତ ୧୦ ରାଜ୍ୟକୁ ବିଶେଷଜ୍ଞ ଦଳ ପଠାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି ଦଳ ସମ୍ପୃକ୍ତ ରାଜ୍ୟରେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଯୋଗୁଁ ସଂକ୍ରମଣ ବ୍ୟାପୁଥିବା ସମ୍ପର୍କରେ ଯେଉଁ ପ୍ରଚାର ହେଉଛି ତାହା ଠିକ୍‌ ନୁହେଁ ବୋଲି ସେ ଆଶ୍ବାସନା ଦେଇଛନ୍ତି। ସେମାନେ କ୍ବାରେଣ୍ଟାଇନ୍‌ରେ ରହିଥିବାରୁ କାହା ପ୍ରତି ବିପଦ ନୁହେଁ କିମ୍ବା ଭୂତାଣୁର ବାହକ ନୁହେଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣ ଯୋଗୁଁ ଭାରତରେ ସଙ୍କଟ ଦେଖାଦେଇଛି; ତେବେ ପୃଥିବୀର ଅନ୍ୟ ଦେଶ ଭଳି ଭାରତରେ କରୋନା ସଂକ୍ରମଣ ବିପଦ ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସରକାର ଆଗାମୀ ଦିନରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୩ ପ୍ରତିଶତ ଓ ସୁସ୍ଥ ହେବା ହାର ୨୯.୯ ପ୍ରତିଶତ ରହିଛି।

- Advertisement -

କେନ୍ଦ୍ର ସରକାର ପ୍ରତି ରାଜ୍ୟ ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି। ସଂକ୍ରମିତଙ୍କୁ ଅଲଗା ରଖିବା ପାଇଁ ଦେଶରେ ୭୬୪୫ କ୍ୱାରାଣ୍ଟାଇନ୍‌ ସେଣ୍ଟର ରହିଛି। ସେହିପରି ଦେଶରେ ୧୯୯୧ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରରେ ୧୩୫୬୪୩ ଶଯ୍ୟା ରହିିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସେହିପରି ଆରୋଗ୍ୟ ସେତୁ ଆପ୍‌ ମାଧ୍ୟମରେ ଦେଶରେ ସନ୍ଦିଗ୍ଧ ୩୦୦ କରୋନା ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଥିବା ନିତି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ ୬୫୦ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories