www.samajalive.in
Friday, December 12, 2025
15.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରିଲା ୫ ଟ୍ରେନ୍

ଭୁବନେଶ୍ବର: ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ପୁଣି ଥରେ ଓଡ଼ିଶାକୁ ଫେରିବା ପାଇଁ ବାହାରିଛନ୍ତି ପ୍ରବାସୀ ଓଡ଼ିଆ। ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ଆଦି ରାଜ୍ୟରୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଏବେ ପ୍ରାୟ ୫ ହଜାର ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ବସ୍‌ରେ ଫେରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିବା ପରେ ଘରକୁ ଫେରିବା ପାଇଁ ଟ୍ରେନ୍ ହିଁ ଏକମାତ୍ର ମାଧ୍ୟମ ସାଜିଛି ସେମାନଙ୍କ ପାଇଁ। ହସ୍ତଗତ ସୂଚନା ଅନୁସାରେ ଦୁଇଟି ଟ୍ରେନ୍ ଗୁଜୁରାଟର ଅହମଦାବାଦରୁ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଆସୁଥିବା ବେଳେ ଆଉ ଏକ​‌ ଟ୍ରେନ୍‌ରେ ସୁରତରୁ ପ୍ରବାସୀ ଓଡ଼ିଆ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବେ।

ସେହିପରି ମହାରାଷ୍ଟ୍ରର ପନଭେଲ୍‌ (ମୁମ୍ବଇ)ରୁ ଟିଟିଲାଗଡ଼, ଚେନ୍ନାଇରୁ ଜଗନ୍ନାଥପୁରକୁ ଗୋଟିଏ ଲେଖାଏଁ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ଦୁଇଦିନ ପରେ ଚେନ୍ନାଇ ଟ୍ରେନ୍ ଓଡ଼ିଶାରେ ପହଞ୍ଚିବାକୁ ଥିବା ବେଳେ ବାକି ଚାରିଟି ଟ୍ରେନ୍ଆ ସନ୍ତା କାଲି ସୁଦ୍ଧା ପହଞ୍ଚିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଟ୍ରେନ୍‌ରେ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏଠାରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କର ପଞ୍ଜୀକରଣ ସହିତ ନିୟମ ଅନୁସାରେ ସଙ୍ଗରୋଧରେ ରହିବାକୁ ସୁନିଶ୍ଚିତ କରାଯିବ। ଏହାକୁ ନେଇ କୌଣସି ପ୍ରକାର ସମସ୍ୟା ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories