www.samajalive.in
Saturday, December 13, 2025
21.1 C
Bhubaneswar

ବସ୍‌ରୁ ଚେନ୍ନାଇ ଫେରନ୍ତା ଫେରାର

ଜଗତପୁର: ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆଙ୍କୁ ନେଇ ରାଜ୍ୟ ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥିବାବେଳେ ସେମାନଙ୍କର ଓଡିଶାକୁ ଫେରିବା ନେଇ ଯାତାୟାତର ସମସ୍ତ ବ୍ୟବସ୍ଥା କରାଯାଇଛି। ଅନଲାଇନ ମାଧ୍ୟମରେ ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ପ୍ରବାସୀ ଓଡିଆ ମାନଙ୍କୁ ସେମାନଙ୍କ ନିଜସ୍ୱ ଜିଲା ପ୍ରଶାସନ ଅଧୀନରେ ଥିବା କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ରଖାଯିବାର ପ୍ରାବଧାନ ରହିଛି।

ଶନିବାର ସକାଳ ପ୍ରାୟ ୬ଟା ସମୟରେ ଜଗତପୁର ଗୋଲେଇଛକ ନିକଟରେ ଚେନ୍ନାଇରୁ କିଛି ପ୍ରବାସୀ ଓଡିଆଙ୍କୁ ଆଣି ଆସୁଥିବା ୬ରୁ ୭ଟି ବସ୍‍ ଅଟକିଥିଲା। ଏହି ସମୟରେ କିଛି ପ୍ରବାସୀ ବସରୁ ଓହ୍ଲାଇ ଏଣେତେଣେ ବୁଲିବା ସହ ବାଇକ ଏବଂ ଅଟୋ ଯୋଗେ ଚମ୍ପଟ ମାରିଥିବା ଦେଖିବାକୁ ମିଳିଥିଲା।କ ିଛି ସମୟ ପରେ ବସ ଗୁଡିକ ଯାଜପୁର ଓ କେନ୍ଦ୍ରାପଡ଼ା ଅଭିମୁଖେ ଚାଲିଯାଇଥିଲା। ଏହି ଘଟଣା ଘଟିବା ସମ୍ପର୍କରେ ସ୍ଥାନୀୟ ପୁଲିସ ପ୍ରଶାସନ ଉକ୍ତ ବସ ଗୁଡିକୁ ତନଖି କରିଥିଲେ ହେଁ ଫେରାର ପ୍ରବାସୀଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନଥିବା ଜଣାପଡ଼ିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories