www.samajalive.in
Wednesday, December 10, 2025
16.1 C
Bhubaneswar

ଆଜିଠୁ ପରୀକ୍ଷକଙ୍କ ଘରେ ସିବିଏସ୍ଇ ଖାତାଦେଖା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ପରୀକ୍ଷା ଶେଷ ହୋଇଛି ସେଗୁଡ଼ିକର ଖାତା ମୂଲ୍ୟାୟନ ରବିବାର, ୧୦ତାରିଖରୁ ଆରମ୍ଭ ହେବ। ପରୀକ୍ଷକମାନେ ନିଜ ଘରେ ବସି ଖାତା ଦେଖିବେ। ମୂଲ୍ୟାୟନ ପ୍ରକ୍ରିୟା ୫୦ ଦିନରେ ଶେଷ ହେବ। ଏହାଦ୍ବାରା ଫଳାଫଳ ପ୍ରକାଶରେ ଆଉ ବିଳମ୍ବ ହେବ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ରମେଶ ପେଖରିୱାଲ ନିଶଙ୍କ ଶନିବାର ଏହି ସୂଚନା ଦେଇଛନ୍ତି।

ତାଲାବନ୍ଦ ପୂର୍ବରୁ ପ୍ରାୟ ୩୦ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହୋଇଥିଲା। ପୁନଃ ମୂଲ୍ୟାୟନ ଆରମ୍ଭ ସଂକ୍ରାନ୍ତ ମାନବ ସମ୍ବଳ ବିଭାଗର ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ସାମାଜିକ ଦୂରତା ରକ୍ଷା ପାଇଁ କୌଣସି ପରୀକ୍ଷା କେନ୍ଦ୍ର ପରିବର୍ତ୍ତେ ପରୀକ୍ଷକମାନେ ସେମାନଙ୍କ ଘରେ ରହି ଖାତା ମୂଲ୍ୟାୟନ କରିବେ ଏବଂ ଏଥିପାଇଁ ୩୦୦୦ ସ୍କୁଲ୍‌ରୁ ଦେଢ଼ କୋଟିରୁ ଅଧିକ ଖାତା ମୂଲ୍ୟାୟନ କରିବାକୁ ଥିବା ପରୀକ୍ଷକମାନଙ୍କ ଘରକୁ ପଠାଯିବ। ଚଳିତ ବର୍ଷ ଦଶମ ଶ୍ରେଣୀରେ ପ୍ରାୟ ୨୦ ଲକ୍ଷ ଓ ଦ୍ୱାଦଶ ଶ୍ରେଣୀରେ ୧୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶୁକ୍ରବାର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ବାକିଥିବା ଦାମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଜୁଳାଇ ୧ରୁ ୧୫ ମଧ୍ୟାରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories