www.samajalive.in
Tuesday, December 9, 2025
15.1 C
Bhubaneswar

ଆଦର୍ଶ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତିରେ ପଂଚାୟତ ସମିତି ଅଧ୍ୟକ୍ଷା

ରାଜକନିକା : ମହାମାରୀ କରୋନା ମୁକାବିଲା କରିବା ପାଇଁ  ସାରା ଦେଶ ଲାଗିପଡ଼ିଛି। ରାଜକନିକା ପଂଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ ମଧ୍ୟ କରୋନା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ଶ୍ରୀମତୀ ଦାସ ରାଜକନିକା ଏସ୍ଏନ୍ କଲେଜପରିସରରେ ଏକ ଆଦର୍ଶ ସଙ୍ଗରୋଧ ଗୃହ ପ୍ରସ୍ତୁତି କରିଛନ୍ତି। ଏହି ସଙ୍ଗରୋଧ ଗୃହରେ ଏକକାଳୀନ ୫୦୦ ଜଣ ରହିପାରିବେ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ଅନୁମତି ଦେଉଛନ୍ତି। ରାଜକନିକା ବିଡ଼ିଓ ଡ଼ିଏସ୍ ଶୁଭଦର୍ଶୀ ଯୋଶୀ ଏହି ବୃହତ ସଙ୍ଗରୋଧ କେନ୍ଦ୍ରକୁ ତ୍ୱରାନ୍ୱିତରେ ଲାଗିପଡ଼ିଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ୫୦୦ ଜଣ ରହିବା ଭଳି ବ୍ୟବସ୍ଥା କରାଯିବାକୁ ପ୍ରସ୍ତୁତି ଚାଲୁଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି। ସମସ୍ତଙ୍କ ପାଇଁ ସାବୁନ୍ ଠାରୁ ମାସ୍କ ପର୍ଯ୍ୟନ୍ତ କରୋନା ପାଇଁ ଆବଶ୍ୟକୀୟ ଜିନିଷ ପ୍ରସ୍ତୁତି କରାଯାଇଛି। ସମସ୍ତ ସୁବିଧା କରିବା ମଧ୍ୟ ପ୍ରସ୍ତୁତି ଚାଲୁଛି। ଆଳି ବିଧାୟକ ପ୍ରତାପକେଶରୀ ଦେବ ଏହି କେନ୍ଦ୍ରକୁ ସୁପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ ଏବଂ  ଯୁବନେତା ହୃର୍ଷିକେଶ ବେହେରା ଏହି ସଙ୍ଗରୋଧ ଗୃହକୁ ପ୍ରବାସୀ ମାନଙ୍କ ପାଇଁ ସବୁଠୁ ଅଧିକ ସୁରକ୍ଷିତ ରଖିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories