www.samajalive.in
Saturday, December 6, 2025
16.1 C
Bhubaneswar

ମେ ୧୫ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିପାରେ

ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଙ୍କେତ ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପୁରୀ କହିଛନ୍ତି, ମେ ୧୫ ତାରିଖ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ଚାଲିଛି। ମାତ୍ର ନିର୍ଦ୍ଦିଷ୍ଟ ଭାବେ ଏହି ସେମାନ କେବେ ଆରମ୍ଭ ହେବ ତାହା କହିହେବ ନାହିଁ। ଏ କ୍ଷେତରେ ରାଜ୍ୟ ସରକାରମାନେ ସହଯୋଗ କରିବା ଦରକାର। କେବଳ ଗ୍ରୀନ ଜୋନରେ ବିମାନ ଉଡ଼ାଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗ୍ରୀନ ଜୋନରେ ବିମାନ ଚଳାଚଳ କରିବା ସହଜ। କିନ୍ତୁ ମେଟ୍ରୋ ସହରକୁ ବାଦ୍‌ ଦିଆଯାଇ ପାରିବ ନାହିଁ। ମାତ୍ର ସମସ୍ତ ମେଟ୍ରୋ ସହର ଏବେ ରେଡ୍‌ ଜୋନରେ ରହିଛି। ଖୁବଶୀଘ୍ର ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୪ ତାରିଖରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରଠାରୁ ଦେଶରେ ବିମାନ ଚଳାଚଳ ବନ୍ଦ ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories