www.samajalive.in
Sunday, December 7, 2025
16.1 C
Bhubaneswar

ପାଟଣାଗଡ ସୁକତେଲ ପୋଲ ଭୁଶୁଡି ୨ ମୃତ ଘଟଣା : ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ୍

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସପେଣ୍ଡ କରାଯାଇଛି। ତାଙ୍କ ସ୍ଥାନରେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ୟ୍ୟଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଗତ ଏପ୍ରିଲ ୨୯ ତାରିଖରେ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ଭୁଶୁଡ଼ିବାରୁ ତାମିଲନାଡୁର ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ହୋଇଥିଲେ । ରାଜ୍ୟ ସରକାରଙ୍କ ଆରଡି ଦ୍ୱାରା ୫ ବର୍ଷ ତଳେ ପ୍ରାୟ ୬ କୋଟି ୯୯ ଲକ୍ଷ ଟଙ୍କାରେ ଏହି ବ୍ରିଜ ନିର୍ମିତ ହୋଇଥିଲା । ଏହି ବ୍ରିଜକୁ ବଲାଙ୍ଗୀର ସହରର ରାଜକୁମାର ଅଗ୍ରୱାଲ ନାମରେ ଜଣେ ଠିକାଦାର ନିର୍ମାଣ କରିଥିଲେ ।

- Advertisement -

୨୦୧୪ ଜାନୁଆରୀ ୭ରେ ୧୮୨.୧୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜର ଶିଳାନ୍ୟାସ ଓ ୨୦୧୫ ଜୁଲାଇ ୧୫ ତାରିଖରେ ଉଦଘାଟନ ହୋଇଥିଲା । ବ୍ରିଜର ନିର୍ମାଣ ତରବରିଆ ଭାବେ କରାଯାଇଥିଲା । ଫଳରେ ନିମ୍ନମାନର କାମ ହୋଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ପୁରସ୍କାର ପାଇବା ଆଶାରେ ଠିକା ସଂସ୍ଥା ବ୍ରିିଜର ନିର୍ମାଣ ୬ ମାସ ପୂର୍ବରୁ ଶେଷ କରିଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ରାଜ୍ୟ ସରକାର ଠିକା ସଂସ୍ଥାକୁ ମୋଟ ବଜେଟର ୮ ପ୍ରତିଶତ ରାଶି (୫୫ ଲକ୍ଷ ୯ ହଜାର ୨ଶହ ଟଙ୍କା) ପୁରସ୍କାର ଆକାରରେ ଦେଇଥିଲେ ବୋଲି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ସରକାର ଏଯାଏଁ ପ୍ରକୃତ ଦୋଷୀ ବୋଲି କୁହାଯାଉଥିବା ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଠିକାଦାର ସଞ୍ଜୟ ଅଗ୍ରୱାଲଙ୍କୁ ଗିରଫ କରି ନ ଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଖାଲି ସେତିକି ନୁହେଁ ଏହି କାମ ତଦାରଖ କରୁଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତା’ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଥିବା ଜଣାପଡିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories