www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ଭୟରେ ରାଜସ୍ଥାନରେ ୧୫୦ରୁ ଅଧିକ ବାଦୁଡ଼ିଙ୍କୁ ମାରିଦେଲେ ଲୋକ

ସମାଜ ପୋର୍ଟାଲ ଡେସ୍କ: ରାଜସ୍ଥାନର ଚାରିଟି ଜିଲ୍ଲାର ଲୋକମାନେ କରୋନା ବ୍ୟାପିବା ଭୟରେ ବାଦୁଡ଼ିଗୁଡିଙ୍କୁ ହତ୍ୟା କରୁଥିବା ନଜରକୁ ଆସିଛନ୍ତି। ପ୍ରାୟ ୧୫୦ରୁ ଅଧିକ ବାଦୁଡ଼ିଙ୍କୁ ସେମାନେ ହତ୍ୟା କରିଛନ୍ତି ଯାହା ସେମାନଙ୍କର ପ୍ରଜନନ ଋତୁକୁ ପ୍ରଭାବିତ କରିଛି ଏବଂ କୃଷି ଏବଂ ପରିବେଶ ସନ୍ତୁଳନରେ ଉପଯୋଗୀ ଭୂମିକା ଗ୍ରହଣ କରିଥିବା ବାଦୁଡ଼ିଙ୍କ ବଂଶ ବୃଦ୍ଧି କ୍ଷେତ୍ରରେ ଆଶଙ୍କା ସୃଷ୍ଟି ହୋଇଛି।

ପୂର୍ବରୁ ବାଦୁଡ଼ିଙ୍କ ମାଧ୍ୟମରେ କରୋନା ଭୁତାଣୁ ବ୍ୟାପିଥିବା ତଷାକୁ ବିଶ୍ୱାସ କରି ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ କର୍ମଚାରୀଙ୍କ ସହାୟତାରେ ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ପୁରୁଣା କୋଠା ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବାଦୁଡ଼ିଗୁଡ଼ିକୁ ମାରି ଦେଇଛନ୍ତି। ଚୁରୁ ଜିଲ୍ଲାର ସାଦୁଲପୁରରେ ୪୫ଟି ଏବଂ ଝୁନଝୁନ ଜିଲ୍ଲାର ଲୋହରଗଲ ଅଞ୍ଚଳରେ ୧୫୦ରୁ ଅଧିକ ବଡୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଭାରତରେ ଦେଖାଯାଉଥିବା ଦୁଇ ପ୍ରକାରର ବାଦୁଡ଼ି କରୋନା ଭୁତାଣୁ ବାହକ ନୁହନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories