ସୁସ୍ଥତାର ସୂତ୍ର: ଆକ୍ବା ଯୋଗ

0

ହଜାର ହଜାର ବର୍ଷ ତଳେ ମୁନିଋଷିମାନେ ନିୟମିତ ଯୋଗାଭ୍ୟାସ କରି ହିଁ ଦୀର୍ଘାୟୁ ହୋଇପାରୁଥିଲେ ବୋଲି ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରି ପ୍ରମାଣିତ କରିଛନ୍ତି। ଏବର ସମୟରେ କିନ୍ତୁ ଲୋକେ ଏଇ ସରଳ ପ୍ରଣାଳୀକୁ ନ ଆପଣେଇ ଭିନ୍ନ ଉପାୟରେ ସୁସ୍ଥତା ଓ ଦୀର୍ଘାୟୁର ସୂତ୍ର ଖୋଜୁଛନ୍ତି। ସେସମୟରେ ଲୋକେ ପାଣିରେ ମଧ୍ୟ ଯୋଗ କରୁଥିଲେ, ଯାହା ବର୍ତ୍ତମାନ ସମୟରେ ‘ଆକ୍ବା ଯୋଗ’ ନାମରେ ଜଣାଯାଉଛି। ଆମେରିକୀୟ ବିଶେଷଜ୍ଞଙ୍କ ମତରେ ହଜାରହଜାର ବର୍ଷ ତଳେ ଭାରତୀୟ ତପସ୍ବୀମାନେ ନିଜ ଶକ୍ତି ବଳରେ ପୁଷ୍କରିଣୀ ଅବା ନଦୀ ପାଣିରେ ବସି ଯୋଗ କରିପାରୁଥିଲେ। ବର୍ତ୍ତମାନ ସମୟରେ ପୁନଃ ସେଇ ଜୀବନଶୈଳୀ ଆରମ୍ଭ ହୋଇଛି। ତେବେ ଏବର ଲୋକେ ସନ୍ତରଣାଗାରରେ ଅଧା ବୁଡ଼ି ଏଇ ଆକ୍ବା ଯୋଗ କରୁଥିବାର ଦେଖାଯାଉଛି। ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏଇ ଯୋଗ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ଗତ କିଛି ବର୍ଷ ତଳେ ଭାରତୀୟ ମହାନଗରୀଗୁଡ଼ିକରେ ଏଇ ଆକ୍ବା ଯୋଗ ପରମ୍ପରା ଆରମ୍ଭ ହୋଇଥିଲା। ଏବେ ବିଦେଶରେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ହେବାରେ ଲାଗିଛି।

ଦିଲ୍ଲୀର ନାମକରା ଯୋଗ ପ୍ରଶିକ୍ଷକ ଦିବାକର ମେହେତାଙ୍କ ମତରେ,

ଆକ୍ବା ଯୋଗ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଉଥିବା ଲୋକେ ଏହି ଯୋଗ କରିବା ଦ୍ବାରା ସେମାନଙ୍କୁ ଆରାମ ମିଳୁଛି।

ମନ ଶାନ୍ତି ଲାଗିବା ସହ ଅବସାଦ କମ୍ ହେଉଥିବାର ପ୍ରକାଶ।

ବିଶେଷଜ୍ଞମାନେ ନଖ ଉଷୁମ ପାଣିରେ ଆକ୍ବା ଯୋଗ କଲେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଉଥିବାର କହିଛନ୍ତି।

ହଜମ ଭଲ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଏଇ ଯୋଗ କରିବା ଦ୍ବାରା ଦୂର ହୋଇଥାଏ।

ପ୍ରତ୍ୟହ ଆକ୍ବା ଯୋଗ କଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ୁଥିବାର ଦେଖାଯାଇଛି।

ଏହା ବାରମ୍ବାର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସୂଚିତ କରାଯାଉଛି ଯେ କେବଳ ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ହିଁ ଆକ୍ବା ଯୋଗ କରିବା ଉଚିତ। ନଚେତ୍ ଏହା ଦ୍ବାରା ପ୍ରାଣହାନି ହେବାର ଆଶଙ୍କା ରହିଛି।

 

 

Leave A Reply