www.samajalive.in
Sunday, December 7, 2025
26.1 C
Bhubaneswar

ମାତୃ ଦିବସ ପୂର୍ବରୁ ଜନ୍ମ ନେବେ ୧୧.୬ କୋଟି ଶିଶୁ: ୟୁନିସେଫ୍‌

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ଵକୁ କବଳିତ କରିଥିବା ବେଳେ ମାତୃ ଦିବସ(ମେ ୧୦ ତାରିଖ) ପୂର୍ବରୁ ବିଶ୍ଵରେ ୧୧ କୋଟି ୬୦ ଲକ୍ଷ ଶିଶୁ ଜନ୍ମ ନେବେ ବୋଲି ଗୁରୁବାର ୟୁନିସେଫ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ୪୦ ସପ୍ତାହ ମଧ୍ୟରେ ଏହି ଶିଶୁମାନେ ଜନ୍ମଗ୍ରହଣ କରିବାର ଆକଳନ କରାଯାଇଛି।

ତେବେ ଏହି ନବଜାତ ଶିଶୁ ଏବଂ ସେମାନଙ୍କ ମା’ମାନଙ୍କୁ କଠୋର ବାସ୍ତବତା ମଧ୍ୟରେ ସ୍ବାଗତ କରାଯିବ ବୋଲି ୟୁନିସେଫ କହିଛି। ବିଶ୍ଵବ୍ୟାପୀ କଣ୍ଟେନମେଣ୍ଟ ପଦକ୍ଷେପ ଯେପରି କି ଲକଡାଉନ, କର୍ଫ୍ୟୁ, ସ୍ବାସ୍ଥ୍ୟକେନ୍ଦ୍ରରେ ଯନ୍ତ୍ରପାତିର ଅଭାବ, କୁଶଳୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଭଳି ପରିସ୍ଥିତିର ଏମାନେ ସମ୍ମୁଖୀନ ହେବେ। ବିଶ୍ଵର ଲକ୍ଷ ଲକ୍ଷ ମା’ ମାତୃତ୍ଵ ଲାଭ କରିବା ପଥରେ ଅଗ୍ରସର ହେଉଛନ୍ତି। ସେମାନେ ବର୍ତ୍ତମାନ ଦୁନିଆକୁ ଏକ ନୂଆ ଜୀବନ ଆଣିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ବର୍ତ୍ତମାନ ବିଶ୍ଵ ଏଭଳି ଏକ ସମୟ ଦେଇ ଗତି କରୁଛି, ଯେଉଁଠି ମା’ମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ଭୟ କରୁଛନ୍ତି। ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଭୟ ସେମାନଙ୍କୁ ଘାରୁଛି। ବିଭିନ୍ନ ଦେଶରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବାବେଳେ ଲକଡାଉନ ଯୋଗୁ ଏହି ମା’ମାନେ ଜରୁରିକାଳୀନ ସେବା ପାଇବାରୁ ବଞ୍ଚିତ ହୋଇପାରନ୍ତି ବୋଲି ୟୁନିସେଫର ନିର୍ବାହୀ ନିର୍ଦେଶକ ହେନରିଟା ଫୋର୍‌ କହିଛନ୍ତି।

- Advertisement -

୧୨୮ ଦେଶରେ ସ୍ବୀକୃତିପ୍ରାପ୍ତ ୟୁନିସେଫ ଚେତାବନୀ ଦେଇ କହିଛି ଯେ, କୋଭିଡ-୧୯ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାରୁ ଏହାଦ୍ବାରା ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେବା ସହିତ ଗର୍ଭବତୀ ମା’ ଓ ସେମାନଙ୍କ ଶିଶୁଙ୍କ ଜୀବନକୁ ବିପଦରେ ପକାଇପାରେ।

ତେବେ ସର୍ବାଧିକ ଶିଶୁ ଜନ୍ମ ହୋଇଥିବା ଏବଂ ହେବାକୁ ଥିବା ଦେଶଗୁଡ଼ିକ ହେଉଛନ୍ତି ଭାରତ(୨ କୋଟି ୧ ଲକ୍ଷ), ଚୀନ(୧ କୋଟି ୩୫ ଲକ୍ଷ), ନାଇଜେରିଆ(୬୪ ଲକ୍ଷ), ପାକିସ୍ତାନ(୫୦ଲକ୍ଷ) ଏବଂ ଇଣ୍ଡୋନେସିଆ (୪୦ଲକ୍ଷ)। ମହାମାରୀ ପୂର୍ବରୁ ଏହି ଦେଶଗୁଡ଼ିକରେ ନବଜାତ ଶିଶୁ ମୃତ୍ୟୁ ହାର ଅଧିକ ରହିଥିଲା ଏବଂ ମହାମାରୀ ସମୟରେ ଏହି ହାର ବୃଦ୍ଧି ପାଇପାରେ ବୋଲି ୟୁନିସେଫ ଚେତାଇ ଦେଇଛି।

ୟୁନିସେଫ ଆହୁରି କହିଛି ଯେ, ଯଦିଓ ଗର୍ଭବତୀ ମା’ମାନେ ଅନ୍ୟମାନଙ୍କ ତୁଳନାରେ କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି ନାହିଁ ବୋଲି ପ୍ରମାଣ ମିଳୁଛି, ତଥାପି ଦେଶଗୁଡିକୁ ନିଶ୍ଚିତ କରିବାକୁ ପଡିବ ଯେ, ସେମାନଙ୍କର ପ୍ରସବ ଏବଂ ପ୍ରସବକାଳୀନ ସେବା ଉପଲବ୍ଧ ରହିଛି। ସେହିଭଳି ଅସୁସ୍ଥ ନବଜାତ ଶିଶୁମାନଙ୍କର ମୃତ୍ୟୁ ହେବାର ଆଶଙ୍କା ଥିବାରୁ ଜରୁରିକାଳୀନ ସେବାର ଆବଶ୍ୟକତା ରହିଛି।

ବିଶ୍ଵବ୍ୟାପୀ ସରକାର ଏବଂ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଲାଗି ୟୁନିସେଫ ପକ୍ଷରୁ କେତେକ ଜରୁରୀ ନିବେଦନ କରାଯାଇଛି। ସେଗୁଡ଼ିକ ହେଲା:-

୧- ଗର୍ଭବତୀମାନଙ୍କୁ ପ୍ରସବକାଳୀନ ଚେକ୍‌ଅପ୍‌, ପ୍ରସବ ଯତ୍ନ ସେବା ଏବଂ ଆବଶ୍ୟକତା ଅନୁଯାୟୀ କୋଭିଡ-୧୯ ସମ୍ବନ୍ଧୀୟ ଯତ୍ନ ନେବାରେ ସାହାଯ୍ୟ କରନ୍ତୁ।

୨- ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଯୋଗାଇ ଦିଆଯିବା ସହିତ କୋଭିଡ-୧୯ ଟିକା ଉପଲବ୍ଧ ହେବା ପରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରାଥମିକ ପରୀକ୍ଷା ଓ ଟୀକାକରଣ କରିବାକୁ ନିଶ୍ଚିତ କରାଯାଉ।

୩- ସମସ୍ତ ସଂକ୍ରମଣ ରୋକିବା ଏବଂ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା। ପ୍ରସବ ସମୟରେ ଏବଂ ପରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ନିଶ୍ଚିତ କରିବା।

୪- ଦୁର୍ଗମ ଅଞ୍ଚଳ, ଯେଉଁଠାରେ ସ୍ବାସ୍ଥ୍ୟ ସୁବିଧା ଅପହଞ୍ଚ ରହିଛି, ସେଠାରେ ଘରେ ପ୍ରସବ ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସ୍ବଚ୍ଛ କିଟ୍‌ ପ୍ରଦାନ ସହିତ ତାଲିମ ଓ ସୁରକ୍ଷା ପ୍ରଦାନ କରିବା।

୫- ଭୂତାଣୁଠାରୁ ନିଜକୁ ରକ୍ଷା କରିବା ପାଇଁ ସାବଧାନତା ଅବଲମ୍ବନ କରନ୍ତୁ। ଲକ୍ଷଣ ପାଇଁ ନିଜକୁ ନିରୀକ୍ଷଣ କରନ୍ତୁ। ଲକ୍ଷଣ ଥିଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୬- କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ଶାରିରୀକ  ଦୂରତା ଅଭ୍ୟାସ କରନ୍ତୁ। ସାମାଜିକ ସମାବେଶରୁ ଦୂରେଇ ରୁହନ୍ତୁ ଏବଂ ଅନ୍‌ଲାଇନ ସ୍ବାସ୍ଥ୍ୟସେବାର ଉପଯୋଗ କରନ୍ତୁ।

୭- ଯଦି କରୋନା ପ୍ରଭାବିତ ଅଞ୍ଚଳରେ ଅଛନ୍ତି ଏବଂ ଜ୍ଵର, କାଶ କିମ୍ବା ନିଃଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଶୀଘ୍ର ଚିକିତ୍ସା ସେବା ଗ୍ରହଣ କରନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories