ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଚାରିଛକ ଫୁଲବାଣୀ ପୂତବିଭାଗ ରାସ୍ତାର ଡିଗସିରା ନିକଟରୁ ଶନିବାର ବିଳମ୍ବିତ ରାତିରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି  । ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ ଲୁଣିବାହାଲ ପଂଚାୟତ ତାଳପଦର ଗାଁର ରୋହିତ ପ୍ରଧାନ ଫୁଲବାଣୀରୁ ବ୍ୟବସାୟ ସାରି ନିଜ ଲୁନା ଗାଡିରେ ଏହି ରାସ୍ତାଦେଇ ଘରକୁ ଫେରୁଥିଲେ ବେଳେ ଏକ ଶିଶୁର କାନ୍ଦ ଶୁଣି  ଅଟକି ଯାଇଥିଲେ  । ଡିଗସିରା ନିକଟ ରାସ୍ତା କଡରେ ଥିବା ବୁଦାମୂଳରୁ ନବଜାତ ଶିଶୁକୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତର ଶିଶୁଟିର ଚିକିତ୍ସା କରିବା ସହିତ ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଦେଖି ପୁରୁଣାକଟକ ପୁଲିସ୍ କୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ଆଜି ସକାଳେ ବୌଦ୍ଧଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୁରୁଣାକଟକ ମେଡିକାଲରେ ପଂହଚି ଶିଶୁଟିକୁ ବୌଦ୍ଧ ନେଇଥିବା ଜଣାପଡିଛି ।

Comments are closed.