www.samajalive.in
Tuesday, December 9, 2025
16.1 C
Bhubaneswar

ଗେଲ୍‌ଙ୍କ ସହିତ ମାଲ୍ୟାଙ୍କ ଫଟୋ; ‘ଚୋର’ କହି ସମାଲୋଚନା କଲେ ଟ୍ବିଟର ବ୍ୟବହାରକାରୀ

ନୂଆଦିଲ୍ଲୀ: ୯ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ଅଭିଯୁକ୍ତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହିତ କ୍ରିକେଟର କ୍ରିସ ଗେଲଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଗେଲ୍‌ ଅନେକ ଆଇପିଏଲ ମ୍ୟାଚ ଖେଳିଛନ୍ତି। ମାଲ୍ୟାଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ରେ ମଧ୍ୟ ଗେଲ୍‌ ଖେଳୁଥିଲେ। ନିକଟରେ ଗେଲ୍‌ ମାଲ୍ୟାଙ୍କ ସହିତ ଉଠାଇଥିବା ଏକ ଫଟୋକୁ ଟ୍ବିଟରରେ ଶେୟାର କରିଥିଲେ। ଏହା ପରେ ଟ୍ବିଟର ବ୍ୟବହାରକାରୀମାନେ ମାଲ୍ୟାଙ୍କୁ ଚୋର କରି ଗାଳିଗୁଲଜ କରିବା ସହିତ ସମାଲୋଚନା କରିଛନ୍ତି।

ଟ୍ବିଟର ବ୍ୟବହାରକାରୀଙ୍କୁ ଜବାବ ଦେବାକୁ ଯାଇ ମାଲ୍ୟା କହିଛନ୍ତି, ଯେଉଁମାନେ ମୋ ସାଙ୍ଗ ଗେଲ୍‌ ସହିତ ଫଟୋକୁ ସମାଲୋଚନା କରୁଛନ୍ତି ଦୟାକରି ଏସବୁ ବନ୍ଦ କରନ୍ତୁ। ମୋତେ ଚୋର କହିବା ଆଗରୁ ପ୍ରକୃତ ତଥ୍ୟ ବୁଝନ୍ତୁ। ନିଜ ବ୍ୟାଙ୍କଗୁଡ଼ିକ ପଚାରନ୍ତୁ ଯେ, ମୁଁ ଶତ ପ୍ରତିଶତ ଟଙ୍କା ଫେରସ୍ତ କରିବାକୁ କହୁଥିବାବେଳେ ସେମାନ କ’ଣ ପାଇଁ ନେଉନାହାନ୍ତି। ସୂଚନାଯୋଗ୍ୟ, ମାଲ୍ୟା ୯ ହଜାର କୋଟି ଟଙ୍କା ଋଣ ଠକେଇ କରିବା ପରେ ୨୦୧୬ରେ ଭାରତରୁ ଫେରାର ହୋଇଯାଇ ଲଣ୍ଡନରେ ରହୁଛନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories