www.samajalive.in
Saturday, December 6, 2025
15.1 C
Bhubaneswar

‘ଫନି’ ପରେ ‘କରୋନା’ ଉଜାଡି ଦେଲାଣି ମେଷ ପାଳକଙ୍କ ଜୀବିକା

ସୁଆଣ୍ଡୋ: ଗତ ‘ଫନି’ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ମେଷ ପାଳକମାନେ ଏବେ କରୋନା ଲକ୍‌ଡାଉନ ମାଡରେ ଦୁର୍ବିସହ ଜୀବନ ବିତାଉଛନ୍ତି। ବାତ୍ୟାରେ ଗୁହାଳ ଘର ଭାଙ୍ଗି ମାଟିରେ ମିଶିଗଲା। ସରକାରଙ୍କ ପକ୍ଷରୁ କେବଳ ଖଣ୍ଡେ ମାତ୍ର ପଲିଥିନ ସାହାଯ୍ୟ ମିଳିଥିଲା। ବର୍ଷେ ବିତି ଗଲାଣି, ଗୁହାଳଟିଏ କରି ପାରୁନାହାନ୍ତି। ଅନ୍ୟପଟେ ଲକଡାଉନ ଯୋଗୁ ମେଣ୍ଢା ପାଳକମାନେ ମେଣ୍ଢା ବିକ୍ରି କରିପାରୁ ନ ଥିବାବେଳେ ଅର୍ଥାଭାବରୁ ଘର ଚଳାଇବା କଷ୍ଟକର ହୋଇପଡ଼ିଛି।

ପୁରୀ ଜିଲା ସରସ୍ଵତୀପୁର ପଞ୍ଚାୟତର ଅରକ୍ଷିତ ବେହେରାଙ୍କର ୫୫ଟି ବଡ ଓ ୩୨ଟି ଛୁଆ ମେଣ୍ଢା ଥିବା ବେଳେ ଅନନ୍ତ ବେହେରାଙ୍କ ୨୫ଟି ବଡ ୮ଟି ଛୁଆ ମେଣ୍ଢା ଅଛନ୍ତି ବୋଲି କହନ୍ତି। କରୋନା ଲକ୍‌ଡାଉନ ଯୋଗୁ ଦେଢମାସ ହେଲା ବେପାରୀ ଆସୁ ନାହାଁନ୍ତି କି ମେଣ୍ଢା ବିକ୍ରି ହୋଇ ପାରୁନି। ଏହି ମେଣ୍ଢାପାଳକଙ୍କ ଜମିବାଡି କହିଲେ ୪/୫ ଗୁଣ୍ଠ ଲେଖାଏଁ ରହିଛି । ମେଣ୍ଢା ଚରେଇ ସେମାନେ ପେଟ ପୋଷିଥାନ୍ତି। କିନ୍ତୁ ଲକଡାଉନ ଯୋଗୁ ସବୁ ବନ୍ଦ। ପିଲାଛୁଆଙ୍କୁ ନେଇ ସଂସାର ଚଳେଇବା ବହୁତ କଷ୍ଟକର ହେଉଥିବା ସେମାନ କହିଛନ୍ତି। ସେମାନଙ୍କୁ କେବଳ ସରକାରୀ ଚାଉଳ ମିଳୁଛି। ସରକାର କିଛି ଆର୍ଥିକ ସାହାଯ୍ୟ କଲେ ଗୁହାଳ ଘର ତିଆରି ହୋଇପାରନ୍ତା ବୋଲି ଅରକ୍ଷିତ ଓ ଅନନ୍ତ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories