www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରୀନ ଜୋନରେ ବସ ଚଳାଚଳକୁ ଗ୍ରୀନ ସିଗନାଲ୍ !

ଭୁବନେଶ୍ବର : ଗ୍ରୀନ ଜୋନରେ ଯାତ୍ରୀବାହୀ ବସ ଚାଲିବା ନେଇ ସମ୍ଭାବନା ଦେଖାଦେଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିବା ଅନୁଯାୟୀ, ଗ୍ରୀନ ଜୋନରେ ବସ ଚାଲିବା ନେଇ ଖୁବ ଶୀଘ୍ର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଛି, ଅନୁମୋଦନ ପରେ ଚାଲିବ। ହେଲେ ୫୦% ଯାତ୍ରୀଙ୍କୁ ନେଇ ବସ ଚାଲିଲେ କ୍ଷିତି ସହିବାକୁ ପଡ଼ିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ମାଲିକମାନଙ୍କର ଯେପରି କ୍ଷତି ନ ହେବ ସେଥିପାଇଁ କିଛି ବାଟ ବାହାର କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟ ଘରୋଇ ବସ ମାଲିକ ସଂଘ  ଗ୍ରୀନ ଓ ଅରେଞ୍ଜ ଜୋନରେ ବସ ଚଳାଚଳ କରିପାରିବ ନାହିଁ ବୋଲି କହିଥିଲେ । ମାଲିକ ସଂଘ କହିବା ଅନୁଯାୟୀ, ବସ ଚଳାଚଳ ପାଇଁ ଅନୁମତି ମିଲିଥିଲେ ମଧ୍ୟ ଏହା ସମ୍ଭବ ନୁହେଁ।  ଦୁଇଟି ଗ୍ରୀନ ଜୋନ ଜିଲା ମଧ୍ୟରେ ରେଡ୍ ଜୋନ ଜିଲା ଆସୁଛି। ଏଭଳି ସ୍ଥିତିରେ ବସ କିଭଳି ଚାଲିବ ସ୍ପଷ୍ଟ ହୋଇ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଗୋଇଡ଼ ଲାଇନ ଜାରି କରାଯାଇ ନାହିଁ। ରାଜ୍ୟ ସରକାର ଗାଇଡ଼ ଲାଇନ ପରେ ଆମେ ନିଷ୍ପତ୍ତି ନେବୁ ବୋଲି କହିଥିଲେ। ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସୋମବାର ଆଲୋଚନା ପରେ ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଆଲୋଚନାର ନିଷ୍କର୍ସ ଆନୁସାରେ ନିଷ୍ପତି ହେବ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories