ପ୍ରବାସୀ ଶ୍ରମିକଙ୍କୁ ଆଣିଥିବା ଟ୍ରେନକୁ ସ୍ୱାଗତ କଲେ ଗଞ୍ଜାମବାସୀ

ସମାଜ ପୋର୍ଟାଲ ଡେସ୍କ: ପ୍ରବାସୀ ଶ୍ରମିକଙ୍କୁ ଆଣି ଆଜି କେରଳରୁ ଏକ ସ୍ୱତନ୍ତ୍ର ଟ୍ରେନ ଜେଏନପି ଷ୍ଟେସନରେ ପହଂଚିବା ପରେ ଗଞ୍ଜାମ ଜିଲ୍ଲା କର୍ତ୍ତୃପକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱାଗତ କରିଛନ୍ତି। ସାମାଜିକ ଦୂରତା ବଜାୟ ରଖି ସ୍ୱାସ୍ଥ୍ୟ କର୍ମୀମାନେ ସମସ୍ତ ଫେରନ୍ତା ଶ୍ରମିକଙ୍କ ଆବଶ୍ୟକ ଯାଞ୍ଚ ଓ ପରୀକ୍ଷା କରିଛନ୍ତି।

ଗଂଜାମ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ଓ ଟ୍ୱିଟ କରିଛନ୍ତି, ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଷ୍ଟେସନରେ କରାଯାଇଛି। ସେ ଟ୍ଵିଟରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୂର୍ବରୁ ପ୍ରବାସୀ ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଲାଗି ଗୃହ ମନ୍ତ୍ରଣାଳୟ ଅନୁମତି ଦେବା ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଗତକାଲି ବାହାର ରାଜ୍ୟରେ ଅଟକି ଥିବା ପ୍ରବାସୀ ଓଡିଆମାନଙ୍କୁ ବସରେ ଆଣିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ଉଦ୍ଦେଶ୍ୟରେ ୧୧ଟି ସୀମା ତନଖି ଫାଟକ କାର୍ଯ୍ୟକ୍ଷମ କରିବା ପାଇଁ ଉଭୟ ପୁଲିସ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି କରିଥିଲେ।

Comments are closed.