ଧନୁ ରାଶିରେ ଅଶୁଭ ଯୋଗ ଆରମ୍ଭ
ଆସନ୍ତା ୨୭ତାରିଖ ସୋମବାର ଦିନ ଧନୁ ରାଶିରେ ଚନ୍ଦ୍ର ପ୍ରବେଶ କରୁଛନ୍ତି। ଧନୁ ରାଶିରେ କିଛି ଦିନ ପୂର୍ବରୁ ଶନି ଗ୍ରହ ଅବସ୍ଥାନ କରିଛନ୍ତି। ଶନି ଓ ଚନ୍ଦ୍ର ଉଭୟ ଧନୁ ରାଶିରେ ରହିବା ଏକ ଅଶୁଭ ଯୋଗ ଅଟେ। ଏଭଳି ସ୍ଥିତିରେ ମନୁଷ୍ୟ ଜୀବନରେ ଅନେକ କୁପ୍ରଭାବ ପଡିଥାଏ ଓ ଚାକିରୀ କ୍ଷେତ୍ରରେ କ୍ଷତି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଅଶୁଭ ଯୋଗରୁ ରକ୍ଷା ପାଇବା ପାଇଁ କଣ ଉପାୟ କରିବା ଉଚିତ।
ଉପାୟ:
ହିନ୍ଦୁ ଶାସ୍ତ୍ର ମାନ୍ୟତା ଅନୁଯାୟୀ ଓସ୍ତ ଗଛରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି। ତେଣୁ ଓସ୍ତ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ। ପ୍ରତି ଶନିବାର ଦିନ ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ ଓ ସାତ ଥର ଗଛ ଚାରିପଟେ ପରିକ୍ରମା କରନ୍ତୁ। ଗଛ ମୂଳରେ ନଡିଆ ଭୋଗ ଲଗାନ୍ତୁ।
ଶନିବାର ଦିନ ଶନି ମନ୍ଦିରକୁ ଯାଆନ୍ତୁ। ସୋରିଷ ତେଲରେ ଲୁହା କଣ୍ଟା ପକାଇ ଦୀପ ଜାଳନ୍ତୁ।
ଯେକୌଣସି ହନୁମାନ ମନ୍ଦିରକୁ ଯାଇ ସିନ୍ଦୁର ଚଢାନ୍ତୁ। ହନୁମାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।
ଚନ୍ଦ୍ର ଦୋଷ ନିବାରଣ ପାଇଁ ଶିବ ଲିଙ୍ଗରେ ରୂପାର ପାତ୍ରରେ କ୍ଷୀର ଓ ପାଣି ଢାଳନ୍ତୁ। ଶନି ଗ୍ରହ ପାଇଁ କଳା ଶିବ ଲିଙ୍ଗଙ୍କୁ କଳା ସୋରିଷରେ ପୂଜା କରନ୍ତୁ।
ଏପରି କରିବା ଦ୍ୱାରା ଧନୁ ରାଶିରେ ଅଶୁଭ ଯୋଗ ଦୂର ହୋଇଯିବ।