ଆଉ ଦୁଇ ସପ୍ତାହ ବଢିଲା ଲକ୍ଡାଉନ୍ ଅବଧି : ମଇ ୧୭ ଯାଏ ବଳବତ୍ତର ରହିବ
ନୂଆଦିଲ୍ଲୀ : ଦେଶରେ ଲକହାଉନ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯାଇଛି । ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେଣୁ ମେ’ ୪ ତାରିଖରୁ ଆଉ ଦୁଇ ସପ୍ତାହ ଲକ୍ଡାଉନ୍ ଜାରି ରହିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ଲକଡାଉନ ମଇ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନା ଯୋଗୁ କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ପ୍ରଥମେ ଦେଶରେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୨୧ ଦିନପାଇଁ ଲକଡାଉନ ଜାରି କରାଯାଇଥିଲା । ପରେ ଏପ୍ରିଲ୧୪ରୁ ମଇ ୩ ଯାଏ ୧୯ ଦିନପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା ।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ୪୦ ଦିନ ପାଇଁ ଲକଡାଉନ ଜାରି ପରାଯାିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମଇ ୩ ରାତି ୧୨ଟାରେ ଶେଷ ହେବାର ଥିଲା । କିନ୍ତୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି । ଫଳରେ ମଇ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ବଳବତ୍ତର ରହିବ ।
ତେବେ ଏଥିପାଇଁ ରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଗାର୍ମଦର୍ଶୀକା ଜାରି କରାଯାଇଛି।
Ministry of Home Affairs issues order under the Disaster Management Act, 2005 to further extend the Lockdown for a further period of two weeks beyond May 4: MHA pic.twitter.com/Cw4bkdMTFU
— ANI (@ANI) May 1, 2020
Comments are closed.