www.samajalive.in
Saturday, December 6, 2025
14.1 C
Bhubaneswar

ମହାରାଷ୍ଟ୍ରର ୯ ବିଧାନ ପରିଷଦ ପାଇଁ ମେ’ ୨୧ରେ ମତଦାନ : ଇସି

ନୂଆଦିଲ୍ଲୀ : ଚଳିତ ମାସ ୨୧ ତାରିଖରେ ମହାରାଷ୍ଟ୍ର ବିଧାନ ପରିଷଦ ନଅ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଏଥିପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ସୋମବାର ମତଦାନ ପାଇଁ ବିଜ୍ଞପ୍ତି ଜାରି କରାଯିବ ଏବଂ ମେ’ ୧୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯାଇ ପାରିବ । ମତଦାନ ଦିନ ହିଁ ଭୋଟ ଗଣନା କରାଯିବ।

ଏହାପୂର୍ବରୁ କରୋନା ଭାଇରସ ସଂକ୍ରମଣ ଯୋଗୁଁ  ମତଦାନ ସ୍ଥଗିତ ରଖାଯାଇଥିଲା । ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିୟାରୀ ଗୁରୁବାର ଦିନ ନିର୍ବାଚନ ଆୟୋଗଙ୍କୁ ରାଜ୍ୟ ବିଧାନ ପରିଷଦରେ ଖାଲିଥିବା ନଅଟି ଆସନ ପାଇଁ ମତଦାନ ସଂପର୍କରେ ଘୋଷଣା କରିବାକୁ ଅନୁରୋଧ କରିଥିଲେ ।ସୂଚନା ଯୋଗ୍ୟ, ଗତ ବର୍ଷ ନଭେମ୍ବର ୨୮ରେ ଶପଥ ଗ୍ରହଣ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମେ’ ୨୭ ସୁଦ୍ଧା ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । କାରଣ ସେ ସେ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନାହାନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories