www.samajalive.in
Saturday, December 6, 2025
17.1 C
Bhubaneswar

‌ଦ୍ବୖେତନଗରୀ ବ୍ୟବସାୟୀଙ୍କ ପାଇଁ ପୁଲିସ ନିୟମାବଳୀ ; ୬ ଫୁଟ ଦୂରତା ନ ମାନିଲେ ୫୦୦ ଜୋରିମାନା

ଭୁବନେଶ୍ବର: ‌ଦ୍ବୖେତନଗରୀରେ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲିବା ନେଇ ପ୍ରଶାସନ ସ୍ପଷ୍ଟ କରିବା ପରେ କମିସନରେଟ ପୁଲିସ ଏନେଇ ଗୁରୁବାର ଏକ ନିୟମାବଳୀ ଜାରି କରିଛି। କୋଭିଡ-୧୯ ମହାମାରୀକୁ ପ୍ରତିରୋଧ କରିବା ଲାଗି ଓଡ଼ିଶା ସହରାଞ୍ଚଳ ଆଇ-୨୦୦୩ର ଧାରା ୨୮(୧୦)(୨) ଅନୁଯାୟୀ ପୁଲିସ କମିସନର ଏହି ନିୟମାବାଳୀ ଜାରି କରିଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଗ୍ରାହକଙ୍କ ମଧ୍ୟରେ ୬ ଫୁଟ୍‌ ଦୂରତା ରହିବା ଲାଗି ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ ଏହାକୁ ନେଇ ସେମାନେ ଦୋକାନ ମଧ୍ୟରେ ଗ୍ରାହକଙ୍କ ପ୍ରବେଶ ଉପରେ କଟକଣା କରିବେ। ଏପରିକି ଦୋକାନରେ ୫ ଜଣଙ୍କରୁ ଅଧିକ ଗ୍ରାହକଙ୍କୁ ଅନୁମତି ଦେବେ ନାହିଁ। ଏହାକୁ ଅମାନ୍ୟ କରାଗଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଏହି ଅଧିନିୟମ ଅନୁସାରେ କମିସନରେଟ ପୁଲିସର ଏସ୍‍ଆଇଙ୍କଠାରୁ ଉପରିସ୍ଥ ଅଧିକାରୀ ଜୋରିମାନା ଆଦାୟ କରିପାରିବେ ବୋଲି କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏହି ନୂତନ ନିୟମ ମେ ୧ରୁ କାର୍ଯ୍ୟକାରୀ କରାଯିବ। ଏହି କଟକଣା ୬୦ ଦିନ ପାଇଁ ବଳବତ୍ତର ରହିବ ବୋଲି କମିସନଟେ ପୁଲିସ ପକ୍ଷରୁ କୁହାଯାଇଛି। ଯେପର୍ଯ୍ୟନ୍ତ ଏହା ଏହା ପ୍ରତ୍ୟାହାର ନ ହୋଇଛି ବା ସମ୍ପ୍ରସାରଣ ନ ହୋଇଛି।

କଟକଣା :
– ଦୋକାନ ମଧ୍ୟରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ୨ ମିଟର ବା ୬ ଫୁଟ ରଖିବା ବାଧ୍ୟତାମୂଳକ।
– ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଓ ଆଖପାଖଅଞ୍ଚଳରେ ସାମାଜିକ ବ୍ୟବଧାନ ରଖିବା ପାଇ ପଦକ୍ଷେପ ନେବେ। ସାମାଜିକ ଦୂରତା ଯେପରି ଉଲ୍ଲଘଂନ ନ ହେବ ସେଥିପାଇଁ ସମସ୍ତ ଉଦ୍ୟମ କରିବେ।

- Advertisement -

– ଉଭୟ ବିଏମ୍‍ସି ଏବଂ ସିଏମ୍‍ସି ଦ୍ବାରା ଅନୁମତି ନ ମିଳିଥିବା ବ୍ୟବସାୟ ପ୍ରତିଷ୍ଠାନ ବା କୌଣସି ଶ୍ରେଣୀର ଦୋକାନ ଖୋଲିବ ନାହିଁ। ସେହିପରି ଖୋଲିଥିବା ଦୋକାନଗୁଡ଼ିକ ସମୟ ନିର୍ଘଣ୍ଟକୁ କଡାକଡି ପାଳନ କରିବେ।

– ଗ୍ରାହକମାନେ ଦୋକାନ ବଜାରକୁ ଯାଇ କିଣାକିଣି କରିବା ବେଳେ ସାମାଜିକ ଦୂରତା ପାଳନ କରିବେ। ସେମାନେ ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ରଖିବେ ଓ ଶୃଙ୍ଖଳତି ଭାବେ ଆଚରଣ କରିବେ। ଏହାକୁ ଅମାନ୍ୟ କଲେ ଗ୍ରାହକମାନେ ମଧ୍ୟ ସମାନ ଭାବେ ଦଣ୍ଡିତ ହେବେ।
– ଯଦି ଗ୍ରାହକମାନେ ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ବା କର୍ମଚାରୀଙ୍କ ଅନୁରୋଧ ସତ୍ତ୍ବେ ସାମାଜିକ ଦୂରତା ନ ରଖନ୍ତି ତା ହେଲେ ସମ୍ପୃକ୍ତ ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ବା କର୍ମଚାରୀ ତୁରନ୍ତ ପୁଲିସକୁ ଜରୁରୀ ନମ୍ବର-୧୦୦କୁ ବା ଅନ୍ୟ ଯେକୌଣସି ସମ୍ଭବ ବାଟରେ ଜଣାଇବେ। ଯଦି ପୁଲିସକୁ ନଜଣାଇ ଗ୍ରାହକମାନଙ୍କୁ ସାମାଜିକ ଦୂରତା ଭାଙ୍ଗିବାକୁ ଛାଡିଦିଅନ୍ତି ତେବେ ଦୋକାନୀ ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ସମାନ ଭାବେ ଦାୟୀ ରହିବେ।
– ସମସ୍ତ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ସର୍ବଦା ମାସ୍କ ପିନ୍ଧିବେ।
– ମାସ୍କ ନ ପିନ୍ଧିଥିବା ଗ୍ରାହକଙ୍କୁ ଦୋକାନ ଭିତରକୁ ପଶିବାକୁ ଦିଆଯିବ ନାହିଁ। ଏପରିକି ଦୋକାନରେ ଥିବା ସମୟରେ ଗ୍ରାହକ ମୁହଁରୁ ମାସ୍କ ଖୋଲିବେ ନାହିଁ।
– ପ୍ରତ୍ୟେକ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ବା ସାନିଟାଇଜରର ବ୍ୟବସ୍ଥା କରିବେ।
– କୌଣସି ବ୍ୟକ୍ତି ବଜାର ଅଞ୍ଚଳକୁ ଗୁଟ୍‍ଖା, ଦୋକତା ଓ ପାନ ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ।
ଜୋରିମାନା : ଉପରୋକ୍ତ ନିୟମଗୁଡ଼ିକୁ ଖିଲାପ କଲେ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ଓ ଗ୍ରାହକଙ୍କୁ ଓଡ଼ିଶା ସହରାଞ୍ଚଳ ଆଇନର ଧାରା ୯୬(ଘ) ଅନୁସାରେ ଜୋରିମାନା ଦେବାକୁ ହେବ। ଯାହାର ପରିମାଣ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories