ମୁମ୍ବଇ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଥିବାବେଳେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ବିଡିଟି ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ପ୍ରସଙ୍ଗରେ ଆରବିଆଇ ସତର୍କ ଥିବା କହିବା ସହିତ କରୋନା ଭୂତାଣୁ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ହ୍ରାସ କରିବା ଏବଂ ବିତ୍ତୀୟ ସ୍ଥିରତା ବଜାୟ ରକିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଆରବିଆଇ ଫିକ୍ସ ରେପୋ ରେଟ୍ ଉପରେ ୯୦ ଦିନ ଅବଧିର ଏକ ରେପୋ ଅପରେଶନ ଆରମ୍ଭ କରିବ ବୋଲି କହିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ଅନ୍ୟତମ ବଡ଼ ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କଲିନ ଟେମ୍ପଲଟନ ନିଜ ଆଡୁ ୬ଟି ଋଣ ଯୋଜନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ଆରବିଆଇ ପକ୍ଷରୁ ସହାୟତା ପାଇଁ ଏହି ପଦକ୍ଷେପ ନିଆଯାଇଛି।



