www.samajalive.in
Saturday, December 6, 2025
23.1 C
Bhubaneswar

ଲକ୍‌ଡାଉନରେ ଚାଲିଛି  ହାତରନ୍ଧା ମଦ ଭାଟି

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାରେ ଲକ୍‌ଡାଉନ୍ ପାଇଁ ଦେଶିମଦ ଭାଟିଗୁଡିକ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ଗମ ଅଞ୍ଚଳରେ ହାତରନ୍ଧା ମଦ ବୃଦ୍ଧି ପାଇବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ଦୁର୍ଗମ ପାହାଡଆ ଅଞ୍ଚଳ ଓ ଝରଣା କୁଳରେ ବେଆଇନ ଭାବରେ ହାତରନ୍ଧା ମଦ କୁଟିର ଶିଳ୍ପରେ ପରିଣତ ହୋଇଛି। ଦୁର୍ଗମ ଅଞ୍ଚଳରେ ମଦ ରାନ୍ଧୁଥିବା ଯୋଗୁଁ ପୁଲିସ ଓ ଅବକାରୀ ବିଭାଗ ଚଢାଉ କରିବା ପୁର୍ବରୁ ସେମାନଙ୍କୁ ଖବର ମିଳିଯାଏ। ମଦ ମାଫିଆଙ୍କ କଳାକାରନାମା ଯୋଗୁଁ ଅନାୟାସରେ ସେମାନଙ୍କ ପସରା ମେଲି ଚାଲିଛନ୍ତି। ପୁଲିସ ଓ ଅବକାରୀ ପକ୍ଷରୁ କାଁ ଭାଁ ଚଢାଉ ହେଉଥିବା ବେଳେ ବିଭାଗୀୟ ଛତ୍ରଛାୟା ତଳେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଲକ୍‌ଡାଉନ ଯୋଗୁଁ ଦେଶୀମଦ ଭାଟି ଗୁଡିକ ବନ୍ଦ ଥିବା ବେଳେ ଏହାର ଫାଇଦା ଉଠାଇ ବେଆଇନ ଭାବରେ ହାତରନ୍ଧା ମଦର ବେପାର ଖୁଲମ୍ ଖୁଲ୍ଲା ଚାଲିଛି। ସହରରେ ପହରା କଡାକଡି କରୁଥିବା ବେଳେ ଏହି ଦୁର୍ଗମ ଅଞ୍ଚଳରେ ଲକ୍‌ଡାଉନ ପ୍ରଭାବହୀନ ହୋଇ ପଡିଛି। କଲାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ଡାଙ୍ଗିଝୋଲା, ଚଣାଲିମା, କେନ୍ଦୁଗୁଡା, ବୋରିଙ୍ଗଝୁଲି, ଚନ୍ଦନପୁର, କେନ୍ଦୁବର୍ଡି, ବଳଭଦ୍ରପୁର, ମଡ୍ରିଭଟା, ଖାଲଗୁଡା, ଟାଙ୍ଗନକଣା ଡ୍ୟାମ, ବାରହାତୀନାଳ, ଖଜୁରପଦର ଓ ବଂଶଧାରା ନଦୀ ଏବଂ ବହୁ ଝରଣା ଅଞ୍ଚଳରେ ହାତରନ୍ଧା ମଦ ଖୋଲାଖୋଲି ଭାବରେ ରନ୍ଧା ଯାଇ ବେପାର ଚାଲିଥିବା ବେଳେ ବ୍ଲକର ଘାଟି ଅଞ୍ଚଳରେ ଥିବା କାନକୁଟ୍ରୁ, ଲାଞ୍ଜି, ବନ୍ଧପାରୀ, ବେଡାଗାଁ, କୁମଖାଲ ଆଦି ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁ ସମେତ ଘନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଧଡକ ମଦ ରନ୍ଧାଯାଇ ଭବାନୀପାଟଣା ସହର ସମେତ ବିଭିନ୍ନ ଅଞ୍ଚଳକୁ ଚୋରାଚଲାଣ ଚାଲିଛି।

- Advertisement -

କଳାହାଣ୍ଡି ଜିଲ୍ଲାର ସେହିପରି ଅନେକ ଦୁର୍ଗମ ଅଞ୍ଚଳରେ ମଦ ବେପାରିଙ୍କ ହାତରନ୍ଧା ଦେଶି ମଦର କାରବାର ଲକ୍‌ଡାଉନ ବେଳେ ବ୍ୟାପକ ବୃଦ୍ଧି ପାଇଛି। ଜିଲ୍ଲାରେ ପୁଲିସ ପକ୍ଷରୁ ଏପର୍ୟ୍ୟନ୍ତ ଲକ୍‌ଡାଉନରେ ୬୭ଟି ଅବକାରି ମାମଲା ରୁଜୁ କରାଯାଇଥିବା ବେଳେ ୭୩ଜଣ ଗିରଫ ହୋଇଛନ୍ତି ଏବଂ ୧୨ଟି ଗାଡି ଜବତ ହୋଇଛି। ସେହିଭଳି ୨୮୯.୪ ଲିଟର ହାତରନ୍ଧା ମଦ,୪୯୦.୫ଲିଟର ଦେଶିମଦ ପୁଲିସ ପକ୍ଷରୁ ଜବତ କରା୍‌ଯାଇଛି। ଅବକାରୀ ବିଭାଗ ପକ୍ଷରୁ କାଁ ଭାଁ ବିଭିନ୍ନ ଅଞ୍ଚଳରେ ଚଢାଉ କରି ମଦ ଜବତ କରାଯାଇଛି। ବିଭାଗୀୟ କର୍ମଚାରୀ ମାନଙ୍କୁ ହାତ ବାରିସି କରି ଦୁର୍ଗମ ଅଞ୍ଚଳରେ ମଦ ବେପରୀ ମାନେ ଝରଣା ଓ ପାହାଡ ଅଞ୍ଚଳରେ ଦେଶୀ ମଦ ରାନ୍ଧି ଖୁଲମ ଖୁଲା ମଦରାନ୍ଧି ବେପାର କରୁଛନ୍ତି। କର୍ମଚାରୀମାନଙ୍କ ସହିତ ଯୋଗସୁତ୍ର ଥିବା ଯୋଗୁଁ ଚଢାଉ ହେବା ପୁର୍ବରୁ ସେମାନଙ୍କ ପାଖକୁ ସୂଚନା ପହଂଚି ଯାଇଥାଏ। ଚଢାଉ ହେବା ପୁର୍ବରୁ ସୂଚନା ପାଇ ରନ୍ଧା ସାମଗ୍ରୀ ବିଭିନ୍ନ ପାହାଡ ଗୁମ୍ଫା ଓ ଝରଣା କୁଳରେ ଲୁଚାବାରେ ସକ୍ଷମ ହୋଇଥାନ୍ତି। ଲକ୍‌ଡାଉନ ସମୟରେ ଏହି ହାତରନ୍ଧା ମଦ ଜିଲ୍ଲାରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି କାର୍ୟ୍ୟାନୁଷ୍ଠାନ ନିଆଗଲେ ବହୁ ଗୁମର ଫିଟନ୍ତା ବୋଲି ସାଧାରଣରେ ଦାବି ହୋଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories