www.samajalive.in
Friday, December 5, 2025
17.1 C
Bhubaneswar

ନିରବତା ଭାଙ୍ଗିଲେ ’ବେବି ଡ଼ଲ’ଗାର୍ଲ କନିକା; କହିଲେ ଅଭିଯୋଗ ନିରାଧାର

ଲକ୍ଷ୍ନୌ: ବେବିଡ଼ଲ ଗାୟିକା କନିକା କପୁର ଏବେ ସୁସ୍ଥ । କରୋନା ଲଢ଼େଇରେ ବିଜୟଲାଭ କରି କନିକା ନିଜ ଘରକୁ ଫେରିଛନ୍ତି । କିଛିଦିନ ନିରବତା ପରେ ନିଜର ଇନଷ୍ଟାଗ୍ରାମରେ କନିକା ଏକ ଦୀର୍ଘ ପୋଷ୍ଟ ଛାଡ଼ିଛନ୍ତି । ଏଥିରେ ସେ କେବଳ ନିଜକୁ ନିର୍ଦୋଷ ବୋଲି ଦର୍ଶାଇ ନାହାନ୍ତି; ବରଂ ତାଙ୍କୁ ବିନା କାରଣରେ ନିନ୍ଦିତ କରାଯାଇଛି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି ।

କନିକା ଲେଖିଛନ୍ତି ଯେ ମାର୍ଚ ୧୦ ତାରିଖରେ ସେ ଇଂଲଣ୍ଡରୁ ମୁମ୍ବାଇ ଆସିଥିଲେ। ସେତେବେଳେ ଆନ୍ତର୍ଜାତିକ ଏୟାରପୋର୍ଟରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା । ସେତେବେଳେ ଦେଶ ବାହାରୁ ଆସୁଥିବା ଲୋକମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନ ଥିଲା । ୧୧ ତାରିଖରେ ସେ ନିଜ ବାପା-ମାଙ୍କୁ ଭେଟିବା ପାଇଁ ଲକ୍ଷ୍ନୌ ଯାଇଥିଲେ । ସେତେବେଳେ ଏୟାରପୋର୍ଟରେ କୌଣସି ପ୍ରକାର ସ୍କ୍ରିନିଂ କରାଯାଇ ନ ଥିଲା । ୧୪ ଓ ୧୫ ତାରିଖରେ ସେ ନିଜର ବନ୍ଧୁଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ, ତେବେ କୌଣସି ଉତ୍ସବରେ ସେ ଯୋଗ ଦେଇ ନ ଥିଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । ୧୭ ଓ ୧୮ ତାରିଖରେ ସେ କିଛିଟା ଅସୁସ୍ଥ ଅନୁଭବ କରିବା ପରେ ପରୀକ୍ଷା କରାଇଥିଲେ ଓ ତାଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ଜଣା ପଡ଼ିଥିଲା।

- Advertisement -

କନିକା କହିଛନ୍ତି ଯେ  ଯେଉଁ ଲୋକମାନଙ୍କ ସହ ସେ ମିଳାମିଶା କରିଥିଲେ କାହାରିଠାରେ କରୋନା ଲକ୍ଷଣ ଦେଖାଯାଇ ନାହିଁ । ସେମାନେ ନିଜେ ସଙ୍ଗରୋଧରେ ରହିଛନ୍ତି ଓ କୌଣସି ଆଇନ ଭାଙ୍ଗି ନାହାନ୍ତି । ଏହା ସତ୍ତ୍ବେ ତାଙ୍କୁ ନେଇ ଯାବତୀୟ ଅପପ୍ରଚାର କରାଯାଇଛି । ଏହା ସତ୍ତ୍ବେ ସେ କାହାରିକୁ କିଛି କହି ନାହାନ୍ତି କିମ୍ବା କାହା ବିରୋଧରେ ପ୍ରତିକ୍ରିୟା ଦେଇ ନାହାନ୍ତି । ଏଇଥିପାଇଁ ଯେ ସତ କଥା ପଦାକୁ ଆସିବ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories