www.samajalive.in
Wednesday, December 10, 2025
15.1 C
Bhubaneswar

ରାଉରକେଲାରୁ ଆଜି ଚିହ୍ନଟ ହୋଇଥିବା ୩ କରୋନା ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ରବିବାର ସକାଳେ ସୁନ୍ଦରଗଡ ଜିଲାର ରାଉରକେଲାରୁ ଚିହ୍ନଟ ହୋଇଥିବା ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏମାନଙ୍କ ମଧ୍ୟରେ ୨୩ବର୍ଷ, ୬୦ ବର୍ଷର ପୁରୁଷ ଓ ଜଣେ ୫୭ ବର୍ଷିୟ ମହିଳା ରହଛନ୍ତି। ସେହିଭଳି ପଜିଟିଭ୍‌ମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ କରାଯାଇଥିବାବେଳେ ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଆରମ୍ଭ ହୋଇଛି।

ଆଜି ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ  ମଧ୍ୟରୁ ଦୁଇଜଣ ବିଶ୍ରା ଗୁଡ଼ଗୁଡ଼ଜୋର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ୨ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ଅନ୍ୟ ଜଣେ ସୁସ୍ଥ ହୋଇଥିଲେ । ଯାହା ଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୁନ୍ଦରଗଡ ଜିଲାକୁ କରୋନା ମୁକ୍ତ ଘୋଷଣା କରିଥିଲା କିନ୍ତୁ ୨୪ ଘଣ୍ଟା ନପୁରୁଣୁ ପୁଣି  ଏବେ ୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାବାସୀଙ୍କ ଚିନ୍ତିତ କରିଛ । ବର୍ତ୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ସକ୍ରିୟ ପଜିଟିଭ୍‌ଙ୍କ ସଂଖ୍ୟା ୩ ରହିଛି ଏବଂ ୩ ସୁସ୍ଥ ହୋଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories