BJD Bijuli 480×75 Mob

ସଚେତନ ମହିଳା ମଞ୍ଚ ପକ୍ଷରୁ ସହାୟତା

BJD Bijuli 480×75 Mob

ବଲାଙ୍ଗିର : ବଲାଙ୍ଗିର ସହରର ସଚେତନ ମହିଳା ମଞ୍ଚ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରହୁଥିବା ଗରିବ, ମଧ୍ୟବିତ୍ତ, ଶ୍ରମିକଙ୍କ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ଅନେକ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କୁ ଚାଉଳ ମୁଠାଏ ମିଳିପାରି ନାହିଁ। ହେଲେ କାମ ବନ୍ଦ ଯୋଗୁଁ ଆର୍ଥିକ ସଙ୍କଟ ଦେଖା ଦେବା ସହ ଅସୁବିଧାରେ ଚଳୁଥିଲେ। ମହିଳା ସଦସ୍ୟାଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଲୋକଙ୍କୁ ଏହି ସାମଗ୍ରୀ ଦିଆଯାଉଥିବା କହିଛନ୍ତି ସଭାନେତ୍ରୀ ସାଗରିକା ଗୁରୁ। ମଞ୍ଚର ଅନ୍ୟମାନଙ୍କ ମଧ୍ୟରେ କସ୍ତୁରୀ ରଥ, ରଂଜିତା ମିଶ୍ର, ପ୍ରମିଳା ମିଶ୍ର, ସଞ୍ଜୁ ମିଶ୍ର, ନିହାରିକା ମିଶ୍ର, ଲିଲି ପଟେଲ, ସରୋଜ ମାଝୀ ପ୍ରମୁଖ ଉପସ୍ଥିତ ରହି ବଣ୍ଟନରେ ସହଯୋଗ କରିଥିଲେ।

Comments are closed.