www.samajalive.in
Monday, December 8, 2025
16.1 C
Bhubaneswar

ଅକ୍ଷୟ ତୃତୀୟାରେ ସୁନା ବଜାର ଶୂନଶାନ

ହାଇଦ୍ରାବାଦ: ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ସହରର ଅଳଙ୍କାର ଦୋକାନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିବ। ଲକଡାଉନ ପ୍ରଭାବରେ ଏଥର ଅକ୍ଷୟ ତୃତୀୟାରେ ସେଭଳି ସୁନା ବିକ୍ରି ହେବ ବୋଲି ବ୍ୟବସାୟମାନେ ମନରେ ଆଶା ବାନ୍ଧି ପାରୁନାହିଁନ୍ତି। ଯଦି ଏଭଳି ପରିସ୍ଥିତି ଜାରି ରହେ, ତେବେ ଦିପାବଳୀରେ ମଧ୍ୟ ସୁନା ବଜାର ଚମକ ହରାଇବ।

ଏଥର ଅକ୍ଷୟ ତୃତୀୟା ରବିବାରରେ ପଡୁଥିବାରୁ ଅନେକ ଲୋକ ଏହି ଦିନ ସୁନା କିଣିବାକୁ ଶୁଭ ବୋଲି ମନେ କରନ୍ତି। କିନ୍ତୁ ଲକଡାଉନ୍ ଆଢୁଆଳରେ ଏଥର ଅକ୍ଷୟ ତୃତୀୟା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛି। ବ୍ୟବସାୟୀମାନଙ୍କ ମନରେ ମଧ୍ୟ ନିରାଶର ଛାୟା ଖେଳି ଯାଇଛି।

- Advertisement -

ଦରମା ହ୍ରାସ, ଛଟେଇ ଏବଂ ଆର୍ଥିକ ଚାପର ଖବର ସୁନା ବଜାରକୁ ନିଷ୍କ୍ରିୟ କରି ଦେଇଛି। ସୁନା ଏକ ବିଳାସପୂର୍ଣ୍ଣ ବସ୍ତୁ ହୋଇଥିବାରୁ ଏଭଳି ପରିସ୍ଥିତିରେ ଗ୍ରାହକମାନେ ଏଥିରୁ ମୁହଁ ଫେରାଇ ନେବା ସ୍ବଭାବିକ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ପ୍ରାଥମିକତା ଦେବେ ବୋଲି ଟ୍ୱିନ୍ ସିଟି ଜୁଏଲର୍ସ ଆସୋସିଏସନର ପୂର୍ବତନ ସଭାପତି ହରି କିଶନ ଗୁପ୍ତା କହିଛନ୍ତି।

ସାମ୍ପ୍ରତିକ ଧାରାକୁ ଯୋଡିବା ସହିତ ସୁନାର ମୂଲ୍ୟ ବୃଦ୍ଧି ମଧ୍ୟ ଅନ୍ୟ ଏକ ଚିନ୍ତାର କାରଣ। ବର୍ତ୍ତମାନ ସୁନାର ମୂଲ୍ୟ ସ୍ଥାୟୀ ନୁହେଁ। ଅତୀତରେ ଲୋକମାନେ ଯେପରି ଏହି ହଳଦିଆ ଧାତୁକୁ କିଣିବାକୁ ଇଚ୍ଛା ପ୍ରକାଶ କରୁଥିଲେ, ବର୍ତ୍ତମାନ ସେଭଳି ନାହିଁ। କେବଳ ବିଭିନ୍ନ ସମୟରେ ଆବଶ୍ୟକସ୍ଥଳେ ଲୋକେ ସୁନା କିଣିବେ ବୋଲି କିଶନ ଗୁପ୍ତା ଅନୁଭବ କରିଛନ୍ତି।

ଶିଳ୍ପ ବିଶେଷଜ୍ଞ କହିଛନ୍ତି ଯେ, ଲକଡାଉନ ପରେ ଲୋକଙ୍କୁ ସ୍ବଭାବିକ ଅବସ୍ଥାକୁ ଫେରିବାକୁ ଅତି କମରେ ପାଞ୍ଚ ମାସ ସମୟ ଲାଗିବ। ପାଞ୍ଚ ମାସ ପରେ ସ୍ବଳ୍ପ ପରିମାଣରେ ସୁନା ବିକ୍ର ହେବ ବୋଲି ଅନୁମାନ କରାଯାଉଛି। ସେଭଳି କିଛି ସୁନା ବଜାରରେ ଉନ୍ନତି ପରିଲିକ୍ଷିତ ହେବ ବୋଲି ଆଶା କରାଯାଉନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories