www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ବିଷୟରେ ମିଛ ଖବର ପ୍ରସାରଣ କରୁଥିବା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ :ଭାରତ ବିଷୟରେ ମିଥ୍ୟା ଖବର ପ୍ରସାରଣ କରିବାପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ବ୍ୟବହାର କରୁଥିବା ନକଲି ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିଦେଇଛି ଟ୍ବିଟର ।  ସୂଚନାଅନୁସାରେ ଟ୍ବିଟର ଏକ ନକଲି ଆକାଉଣ୍ଟକୁ ବନ୍ଦ କରିଛି । ଯେଉଁ ଆକାଉଣ୍ଟକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ବ୍ୟବହାର କରୁଥିଲା। ଏହି ଆକାଉଣ୍ଟରେ ଆଇଏସଆଇ ଦ୍ବାରା ଗଲ୍ଫ ଦେଶ ଗୁଡିକରେ ଭାରତ ବିଷୟରେ ମିଥ୍ୟା ଖବର ପ୍ରସାରଣ ପାଇଁ ବ୍ୟବହାର କରୁଥିଲା।

@idanialusaf, ଏହା ସାଉଦି ଆରବର ରାଜକୁମାରୀ ନୁରା ବିଣ୍ଟ ଫଜଲଙ୍କ ନାମରେ ପରିଚିତ ଥିଲା ଯାହା @NouraAlSaud ନାମକ ଏକ ନକଲି ପରିଚୟ ସୃଷ୍ଟି କରି ପାକିସ୍ତାନରୁ ପରିଚାଳିତ ଭାରତ ବିରୋଧୀ ପ୍ରଚାରରେ ଜଡିତ ଥିଲା। ଏହି ଟ୍ବିଟର ଆକାଉଣ୍ଟ ଗୁଡିକ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ନିୟମ ଉଲ୍ଲଂଘନ କରୁଥିବା କାରଣରୁ ଟ୍ୱିଟର ଏକ ଆକାଉଣ୍ଟକୁ ବନ୍ଦ କରିଦେଇଥିବା ଜଣାପଡିଛି।

- Advertisement -

ଭାରତୀୟ ସୁରକ୍ଷା ଏଜେନ୍ସିମାନେ କହିଛନ୍ତି ଯେ ଆଇଏସଆଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ନକଲି ଆକାଉଣ୍ଟ ବ୍ୟବହାର କରି ଗଲ୍ଫ ଦେଶରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରୁଛି। ସୋସିଆଲ ମିଡିଆରେ ନକଲି କିମ୍ବା ହ୍ୟାକ୍ ହୋଇଥିବା ଆକାଉଣ୍ଟ ମାଧ୍ୟମରେ ଭାରତ ବିରୋଧୀ ବାର୍ତ୍ତା ବିସ୍ତାର କରିବାର କାର୍ଯ୍ୟକଳାପ‌ରେ ପାକିସ୍ତାନର ସମ୍ପୃକ୍ତି ରହିଛି ।

ଏହି ଘଟଣା ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀମାନେ ପ୍ରକାଶ କରିଛନ୍ତି ଯେ ଭାରତକୁ ଘୃଣା କରିବା ପାଇଁ ଗଲ୍ଫ ଦେଶର ରାଜ ପରିବାର ସଦସ୍ୟଙ୍କ ନାମରେ ନକଲି ଆକାଉଣ୍ଟ ତିଆରି କରାଯାଉଛି। ଭାରତ ଏବଂ ଗଲ୍ଫ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ଅନେକ ଭାରତ ବିରୋଧୀ ଟ୍ୱିଟ୍ ଏହି ଟ୍ୱିଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ କରାଯାଇଛି ଯାହାକୁ ପାକିସ୍ତାନୀ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ଅନେକେ ରିଟ୍ୱିଟ କରିଛନ୍ତି।

ଜଣେ ଭାରତୀୟ ସୁରକ୍ଷା ଅଧିକାରୀ କହିଛନ୍ତି, ‘ଆଇଏସଆଇ ପ୍ରଥମେ ଗଲ୍ପ ଦେଶରେ ଲୋକମାନଙ୍କ ବିଶ୍ଵାସ ଭାଜନ ହେବାପାଇଁ ମୁସଲମାନମାନଙ୍କ ଉପରେ ନକାରାତ୍ମକ ଲେଖାଥିବା ଭାରତୀୟମାନଙ୍କ ପୁରୁଣା ଟ୍ବିଟକୁ ନକଲି ଆକାଉଣ୍ଟରେ ପୋଷ୍ଟ କରିଥିଲା । ଆଇଏସଆଇ ହ୍ୟାଣ୍ଡେଲ ମାଧ୍ୟମରେ ଏହାକୁ ଲୋକପ୍ରିୟ କରାଯାଇଥିଲା। ଏହାପରେ ଆହୁରୀ ଲୋକପ୍ରିୟ ହେବା ପାଇଁ ଗଲ୍ପ ଦେଶର ରାଜ ପରିବାର ଏବଂ ସାମ୍ବାଦିକଙ୍କ ଭଳି ଉଚ୍ଚ ପ୍ରୋଫାଇଲ୍ ଲୋକଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିଲା ।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଓମାନ ରାଜକୁମାର ମୋନା ବିଣ୍ଟଙ୍କ ନାମରେ ମଧ୍ୟ ଏକ ନକଲି ଟ୍ବିଟର ଆକାଉଣ୍ଟ ବ୍ୟବହାର କରୁଥିଲା । ଯାହ ଜଣାପଡିବା ପରେ ଓମାନ ରାଜକୁମାର ମୋନା ବିଣ୍ଟ ତାଙ୍କ ନିଜସ୍ବ ଟ୍ବିଟର ଆକାଉଣ୍ଟ ଉଲ୍ଲେଖ କରିଥିଲେ କି ସେ ଆକାଉଣ୍ଟ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ନିଶ୍ଚିତ କରିଛନ୍ତି ଯେ ତାଙ୍କ ସୋସିଆଲ ମିଡିଆର ଏଭଳି ନକଲି ଆକାଉଣ୍ଟରେ ମିଥ୍ୟା ଖବର ପ୍ରସାରଣ ସମାଜ ପାଇଁ ଗ୍ରହଣୀୟ ନୁହେଁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories