www.samajalive.in
Friday, December 12, 2025
14.1 C
Bhubaneswar

ଆଡଭୋକେଟମାନଙ୍କୁ ଏକ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ଜାମ୍ମୁ-କାଶ୍ମୀର ସରକାର

ଜାମ୍ମୁ : ଜମ୍ମୁ-କାଶ୍ମୀର ସରକାର ଦେଶରେ ପ୍ରଥମ ଥର ପାଇଁ ଆଡଭୋକେଟ ମାନଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଲାଗୁ ହୋଇଥିବା ତାଲାବନ୍ଦ ଯୋଗୁଁ ଆଡଭୋକେଟ ମାନଙ୍କର ଜୀବିକା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ପରେ ମେ ୩ ପର୍ଯ୍ୟନ୍ତ ଏହା ବୃଦ୍ଧି କରାଯାଇଛି । ତେଣୁ ଦେଶରେ ପ୍ରଥମ ଥର ପାଇଁ ଜାମ୍ମୁ-କାଶ୍ମୀର ସରକାର ଆର୍ଥିକ ଦୁର୍ବଳ,  ଯୁବ ଆଡଭୋକେଟଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି ।

ଯୁବ ଆଡଭୋକେଟ ତଥା ଆଡଭୋକେଟମାନଙ୍କୁ ସର୍ବନିମ୍ନ ଆର୍ଥିକ ସହାୟତା ପ୍ରଦାନ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ, ଜେ ଆଣ୍ଡ କେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜେ ଆଣ୍ଡ କେ ହାଇକୋର୍ଟ ବାର୍ ଆସୋସିଏସନ୍  ସଭାପତି ଅବୀନାଭ ଶର୍ମା ଏବଂ  ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମୁଖ୍ୟ ସଚିବ ବିପୁଲ ପାଠକ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ସମାଜର ବିଭିନ୍ନ ବର୍ଗ ପାଇଁ  ଘୋଷିତ ରିଲିଫ୍ ପଦକ୍ଷେପଗୁଡ଼ିକ ମଧ୍ୟରେ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ, ମନରୋଗା ଜବ୍ କାର୍ଡଧାରୀ  ଏବଂ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସମେତ ପେନସନଭୋଗୀଙ୍କୁ ସହାୟତା ପ୍ରଦାନ ଜାରି ରହିଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories