www.samajalive.in
Friday, December 12, 2025
14.1 C
Bhubaneswar

ଗରିବଙ୍କ ଘରେ ଏଲପିଜି ପହଞ୍ଚାଇବାରେ ସାଲିସ କରାଯିବ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ତୈଳ ବିପଣନ କମ୍ପାନୀର ଜିଲା ନୋଡାଲ୍‍ ଅଫିସରଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିବା ଅବସରରେ ଏଲପିଜି ଯୋଗାଣକୁ ସଠିକ୍‍ ଭାବରେ କାର୍ଯ୍ୟକାରୀ କରିବା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍‍ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ନିସ୍ୱ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ୮ କୋଟିରୁ ଊର୍ଦ୍ଧ୍ବ ଉଜ୍ଜଳା ଲାଭାର୍ଥୀଙ୍କୁ ଆଗାମୀ ୩ ମାସ ପାଇଁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ଏହି ପଦକ୍ଷେପସ୍ୱରୂପ ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ ୪୦ ପ୍ରତିଶତ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍‍ କରିଛନ୍ତି। ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍‍ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଅଧିକାରୀମାନଙ୍କୁ କହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ନୋଡାଲ ଅଫିସରଙ୍କୁ କରୋନା ଭାଇରସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories