www.samajalive.in
Thursday, December 11, 2025
13.1 C
Bhubaneswar

ସରସ୍ୱତୀଙ୍କ ପରିବାରକୁ ଅସ୍ଥି ଫେରାଇବେ ଗୌତମ ଗମ୍ଭୀର

ବ୍ୟାସନଗର  : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଦିଲ୍ଳୀସ୍ଥିତ ବାସଭବନରେ ରହି ତାଙ୍କ ପିଲାଙ୍କ ଯତ୍ନ ନେଉଥିବା ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର କୁସୁନପୁର ଗ୍ରାମର କୁଳମଣି ପାତ୍ରଙ୍କ ବଡ଼ଝିଅ ସରସ୍ୱତୀଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ଦିଲ୍ଲୀରେ ସମାପନ ହୋଇଥିବାବେଳେ ସ୍ୱର୍ଗତା ସରସ୍ୱତୀଙ୍କ ଅସ୍ଥି ତାଙ୍କ ପରିବାରକୁ ଯଥୋଚିତ ସମ୍ମାନର ସହ ପଠାଇବେ ବୋଲି ଗମ୍ଭୀର ଆଜି ତାଙ୍କ ପରିବାରଙ୍କୁ ସୂଚିତ କରିଛନ୍ତି। ସରସ୍ୱତୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପରିବାରବର୍ଗଙ୍କ ଦ୍ୱାରା ସଂପନ୍ନ ହୋଇ ପାରି ନ ଥିବାବେଳେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ପରବର୍ତ୍ତୀ କ୍ରିୟାକାର୍ଯ୍ୟ ନିମନ୍ତେ ଅସ୍ଥିର ଆବଶ୍ୟକତା ଥିବାରୁ ଏହାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ତାଙ୍କ ବଡଭାଇ ପ୍ରଫୁଲ୍ଲ ଗୌତମଙ୍କୁ ନିବେଦନ କରିଥିଲେ। ବର୍ତ୍ତମାନ ସାରା ଦେଶରେ ଲକ୍‍ଡାଉନ୍‍ ଲାଗୁ ହୋଇଥିବାରୁ ଯାଜପୁରରୁ ଦିଲ୍ଲୀ ଯିବାପାଇଁ କୌଣସି ସାଧନ ନ ଥିବାରୁ ଲକ୍‍ଡାଉନ୍‍ ପରେ ତାଙ୍କ ଭାଇ ଦିଲ୍ଲୀରେ ପହଞ୍ଚି ସରସ୍ୱତୀଙ୍କ ଅସ୍ଥିି ଆଣିବେ ବୋଲି କହିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଶବ ସଂସ୍କାର ପରେ ଶ୍ମଶାନରୁ ଅସ୍ଥି ଅଣାଯାଇ ଗୌତମଙ୍କ ଅଗଣାରେ ସୁରକ୍ଷିତଭାବେ ରଖାଯାଇଛି ବୋଲି ତାଙ୍କ ପରିବାରକୁ ଏହାର ଫଟୋ ପଠାଇବା ସହ ସୂଚିତ କରାଯାଇଛି। ଏଥି ସହିତ ସରସ୍ୱତୀଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ଗୌତମ ଗମ୍ଭୀର ଫାଉଣ୍ଡେସନ୍‍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ଗୌତମଙ୍କ ଦ୍ୱାରା ଓଡିଆ ଧାଈଙ୍କ ଶବ ସତ୍କାର ଶୀର୍ଷକ ଖବର ଆଜି ‘ସମାଜ’ରେ ପ୍ରକାଶନ ପରେ ଦିଲ୍ଲୀରେ ଗୌତମଙ୍କ ମାଆବାପାଙ୍କ ନିକଟରେ ରହୁଥିବା ଓଡିଆ ପରିଚାରିକା ଖୁବ୍‍ ଖୁସି ହୋଇଥିଲେ। ପ୍ରକାଶିତ ଖବରଟିକୁ ଆମୂଳଚୂଳ ପଢ଼ାଇ ଶୁଣାଇବାପରେ ଗମ୍ଭୀରଙ୍କ ବାପା ଓ ମାଆ ଖୁସି ହୋଇ ‘ସମାଜ’କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories