www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଅପଡେଟ୍‌ : ଦେଶରେ ସଂକ୍ରମିତ ସଂଖ୍ୟା ୨୧,୭୦୦ ; ମୃତ୍ୟୁ ସଂଖ୍ୟା ୬୮୬

ନିଆଦିଲ୍ଲୀ : ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୯ଟି ନୂଆ କେସ୍ ସାମ୍ନାକୁ ଆସିଛି ଏବଂ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ସାରା ଦେଶରେ କରୋନା ପଜିଟିଭ ସଂଖ୍ୟା ୨୧,୭୦୦ ସଂଖ୍ୟାକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬,୬୮୯ ଜଣ ସକ୍ରିୟ ଅଛନ୍ତି, ୪୩୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୬୮୬ରେ ପହଞ୍ଚିଛି।

କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶାର ୩ଟି ଜିଲାରେ ୬୦ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି। ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ଆଜି ରାତି ୧୦ଟାରୁ ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ।

- Advertisement -

ଗୁରୁବାର ତେଲେଙ୍ଗାନାରେ ୨୩ଟି ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୯୭୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬୨ଜଣ ଆରୋଗ୍ୟ ଲାଭ କରିଛନ୍ତି।

ମଧ୍ୟପ୍ରଦେଶରେ ୧୬୮୭ ଜଣ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୮୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୩ ଜଣ ସୁସ୍ଥ ହୋଇଛନ୍ତି।

ପୁଣେର ଏକ ଡାକ୍ତରଖାନାରେ ଗୁରୁବାର ଜଣେ ୪୧ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ପୁଣେରେ କରୋନାରୁ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି।

ଆଜି ଉତ୍ତରାଖଣ୍ଡରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡିଛି। ବର୍ତ୍ତମାନ ରାଜ୍ୟରେ ମୋଟ ୪୭ କେସ୍ ରହିଛି। ମୁମ୍ବାଇରେ ୨୫ଟି ନୂଆ କେସ୍ ସାମ୍ନାକୁ ଆସିଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି ପାଇଛି।

ତାମିଲନାଡୁରେ ନୂଆ ୫୪ଟି ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୮୩। ସେମାନଙ୍କ ମଧ୍ୟରୁ ୯୦୮ ସକ୍ରିୟ ଏବଂ ୨୦ ଜଣଙ୍କ ମୃତ୍ୟୁ ଘଟିଛି।

ପଞ୍ଜାବରେ ୨୬ଟି ନୂଆ ସଂକ୍ରମିତ ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି।

ଝାଡଖଣ୍ଡରେ ୪ଟି ନୂଆ କରୋନା ପଜିଟିଭ୍ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

ଆଜି ଜାମ୍ମୁ କାଶ୍ମୀରରେ ୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଜାମ୍ମୁରୁ ଏବଂ ବାକି ୧୯ଟି କାଶ୍ମୀରର ବୋଲି ଜଣାପଡିଛି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୪୨୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୭ଟି ଜାମ୍ମୁର ଏବଂ ୩୭୦ଟି କାଶ୍ମୀରର।

ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରୁ ୧୮ଟି ନୂଆ କେସ୍ ଆସିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୪୪୫ କରୋନା ପଜିଟିଭ୍। ମହାମାରୀ କରୋନାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪୫ ଜଣ ଡିସଚାର୍ଜ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories