www.samajalive.in
Sunday, December 7, 2025
16.1 C
Bhubaneswar

ଗାଁରେ ପହଞ୍ଚିଲା ବ୍ୟାଙ୍କ ଅଫ୍ ଇଣ୍ଡିଆର ଭ୍ରାମ୍ୟମାଣ ସେବା

ଖୁଣ୍ଟା : ବ୍ୟାଙ୍କ ଅଫ୍ ଇଣ୍ଡିଆର ଖୁଣ୍ଟା ଶାଖା ପକ୍ଷରୁ ଲକଡାଉନ ସମୟରେ ଗ୍ରାହକମାନଙ୍କ ନିକଟରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଗୁରୁବାରଠାରୁ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର କେତେକ ଗ୍ରାମରେ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି। ଗୁରୁବାର ଖୁଣ୍ଟା ବ୍ଲକର ବାହାନାଡା, ସିମଗଡିଆ, ଜାମଶୁଳି, ଅଁଳାଶୁଳି, ଗୋପବନ୍ଧୁ ନଗର ବ୍ଲକର ସାନ ବେଲାକୁଟି ଓ ପଶୁଦା ଗ୍ରାମରେ ଏହି ସେବା ପ୍ରଦାନ କରାଯାଇଥିଲା। ଏହି ସେବା ଦ୍ୱାରା ବିଶେଷ କରି ବୃଦ୍ଧ, ଦିବ୍ୟାଙ୍ଗ ଓ ମହିଳା ମାନେ ବେଶି ଉପକୃତ ହେବେ। ଲକଡାଉନ କଟକଣା ସମୟରେ ଘରୁ ବାହାରି ହେଉନଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ସମସ୍ୟା ଦୂର କାରିବା, ବ୍ୟାଙ୍କ ଶାଖାରେ ଭିଡକୁ ହ୍ରାସ କରିବା, ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହିତ ସରକାରୀ ଯୋଜନାରେ ମିଳୁଥିବା ଗରିବ କଲ୍ୟାଣ ଯୋଜନାର ଟଙ୍କା, ଉଜ୍ଜ୍ୱଳା ଯୋଜନାର ପ୍ରଥମ କିସ୍ତିର ଟଙ୍କାକୁ ଗ୍ରାମରେ ପହଞ୍ଚାଇ ଦିଆଯିବା ଏହି ସେବାର ଲକ୍ଷ୍ୟ ବୋଲି ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦନ କୁମାର ଦାସ ମାହପାତ୍ର କହିଛନ୍ତି। ଆଞ୍ଚଳିକ ଶାଖା ପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଷଣ ସାହାଣୀ, ଅଗ୍ରଣୀ ପ୍ରବନ୍ଧକ ଦିଲିପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଶ୍ରୀ ଦାସ ମହାପାତ୍ର, ବ୍ୟାଙ୍କ ସହାୟକ ବିବେକାନନ୍ଦ ପୁଥାଲ ଓ ରଞ୍ଜନ ପାତ୍ରଙ୍କ ଦ୍ୱରା ଭ୍ରାମ୍ୟମାଣ ସେବାର ପରିଚାଳନା କରାଯାଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories