www.samajalive.in
Friday, December 5, 2025
17.1 C
Bhubaneswar

ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ

ମୁମ୍ବଇ : ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭିର ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଧବାର ରାତି ପ୍ରାୟ ୧୨.୩୦ ସମୟରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ଷ୍ଟୁଡିଓରୁ ଫେରିବା ବେଳେ ବାଇକରେ ଦୁଇ ଜଣ ଯୁବକ ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲେ ।

- Advertisement -

ସୂଚନାଅନୁସାରେ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀ କାରରେ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ । ଏହାପରେ ସେମାନେ କାରକୁ କାଚକୁ ବାଡେଇ ଭାଙ୍ଗିବାକୂ ଚେଷ୍ଟା କରିଥିଲେ । ଏହାପରେ ଦୁଇ ଦୁର୍ବୃତ୍ତ ଅର୍ଣ୍ଣବଙ୍କ କାର ଉପରକୁ କାଳିମାଡ କରି ଖସି ଯାଉଥିଲେ ।  ଏହି ସମୟରେ ଅର୍ଣ୍ଣବଙ୍କ ସୁରକ୍ଷାକର୍ମୀ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିଲେ ।  ଯଦିଓ ଏହି ଆକ୍ରମଣରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କୁ କୌଣସି ଆଘାତ ଲାଗିନାହିଁ କିନ୍ତୁ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଅର୍ଣ୍ଣବଙ୍କ ମୁମ୍ବଇ ସ୍ଥିତ ଘରଠୁ ମାତ୍ର ୫୦୦ ମିଟର ଦୂରରେ ଘଟିଥିଲା ।


ଏହାପରେ ଅର୍ଣ୍ଣବ ଏହି ଆକ୍ରମଣ ବିରୋଧରେ ପୁଲିସ୍‌ ଷ୍ଟେସନର ଏଫ.ଆଇ.ଆର ଦାଖଲ କରିଛନ୍ତି। ଏଫଆଇଆରରେ ସେ ଆକ୍ରମଣକାରୀଙ୍କୁ ଯୁବ କଂଗ୍ରେସର ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି । ଏହି ଆକ୍ରମଣ ପଛରେ କଂଗ୍ରେସର ହାତଥିବା ଅର୍ଣ୍ଣବ ଟ୍ବିଟ୍ କରିବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  କାପୁରୁଷ ବୋଲି କହି ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ମହାରାଷ୍ଟ୍ରର ପାଲଘରରେ ୩ ସାଧୁଙ୍କୁ ପଟିପିଟି ହତ୍ୟା କରିବା ଘଟଣା ପାଇଁ ଅର୍ଣ୍ଣବ କଂଗ୍ରେସକୁ ଦାୟୀ କରିଥିଲେ। ଏପରି କି ନିଜ ଟିଭି ଚ୍ୟାନେଲରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ଏଥିପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଅର୍ଣ୍ଣବଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ କରାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories