www.samajalive.in
Saturday, December 6, 2025
17.1 C
Bhubaneswar

ଆମେରିକା ଉପରେ ଆକ୍ରମଣ ହୋଇଛି: ଟ୍ରମ୍ପ

ୱାଶିଂଟନ: କରୋନା ଭୂତାଣୁ କେବଳ ଏକ ଫ୍ଲୁ ନୁହେଁ। ଏହା ଆମେରିକା ଉପରେ ଆକ୍ରମଣ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହ୍ବାଇଟ ହାଉସରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମ ଉପରେ ଆକ୍ରମଣ ହୋଇଛି। ଏହା ଏକ ଆକ୍ରମଣ। ଏହା କୌଣସି ପ୍ରକାର ଫ୍ଲୁ ନୁହେଁ। କେହି ବି ଆଜି ପର୍ଯ୍ୟନ୍ତ ଏଭଳି ଘଟଣା ଦେଖି ନ ଥିଲେ। ୧୯୧୭ରେ ଶେଷ ଥର ପାଇଁ ଏପରି ହୋଇଥିଲା।

କରୋନା ଭୂତାଣୁ ଯୋଗୁ ଆମେରିକା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୮ଲକ୍ଷ ୪୨ ହଜାର ୩୭୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ହଜାର ୭୬୯ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସ୍ଥିତି ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ଲାଗି ଟ୍ରମ୍ପ ସଂଘର୍ଷ କରୁଛନ୍ତି। ଜନସାଧାରଣ ଏବଂ ବ୍ୟବସାୟ କ୍ଷେତ୍ରକୁ ସହାୟତା କରିବା ଲାଗି ହଜାର ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦିଆଯାଉଥିବାରୁ ଦେଶର ଋଣ ପରିମାଣ ବୃଦ୍ଧି ପାଇବ ବୋଲି ଏକ ପ୍ରଶ୍ନରେ ଟ୍ରମ୍ପ କହିଥିଲେ, ଆମ ପାଖରେ କୌଣସି ବିକଳ୍ପ ନାହିଁ। ମୁଁ ସର୍ବଦା ସବୁ ବିଷୟକୁ ନେଇ ଚିନ୍ତିତ ରହୁଛି। ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ହେବ। ଦୁନିଆରେ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଆମର ଥିଲା। ଚୀନଠାରୁ ଭଲ ଏବଂ ସବୁ ଦେଶଠୁ ଭଲ। ଗତ ୩ ବର୍ଷ ଭିତରେ ଆମେ ଏହାକୁ ପ୍ରସ୍ତୁତ କରିଛୁ। ଏହି ଅର୍ଥବ୍ୟବସ୍ଥାକୁ ଆହୁରି ମଜଭୁତ କରିବୁ ବୋଲି ଟ୍ରମ୍ପ କହିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories