www.samajalive.in
Sunday, December 7, 2025
26.1 C
Bhubaneswar

ଏବେ ବଢ଼ିବନି ବିଜୁଳି ବିଲ୍

ଭୁବନେଶ୍ବର (ବ୍ୟୁରୋ) : ଏବେ ବଢ଼ିବନି ବିଜୁଳି ବିଲ୍ । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଚଳିତ ବର୍ଷ ଲାଗି ବିଜୁଳି ଶୁଳ୍କରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।  ଶିଳ୍ପ ସଂସ୍ଥା, ବ୍ୟବସାୟିକ ସଂସ୍ଥା ଓ ସାଧାରଣ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଶୁଳ୍କ ପୂର୍ବବତ୍ ଅପରିବର୍ତିତ ରହିବ । ଗତବର୍ଷ ଭଳି ଘରୋଇ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ୍ ପିଛା ୨.୫୦ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୪.୩୦ଟଙ୍କା ଓ ୨୦୦ରୁ ୪୦୦ୟୁନିଟ୍ ପାଇଁ ୫.୩୦ଟଙ୍କା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ୫.୭୦ ଟଙ୍କା ହିସାବରେ ମାସିକ ବିଦ୍ୟୁତ ଦେୟ ଦେବାକୁ ପଡ଼ିବ ।

କରୋନା ସଂକ୍ରମଣ ଆଶଙ୍କାରେ ଏବେ ସାରା ଦେଶ ଲକଡ଼ାଉନ। ବିଭିନ୍ନ ଶିଳ୍ପସଂସ୍ଥାଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ ସବୁ ବନ୍ଦ । ଦେଶର ଆର୍ଥିକ ପରିସ୍ଥିତି ଖରାପ ଓ ବିଜୁଳି କ୍ଷେତ୍ରର ସବୁଠାରୁ ବଡ଼ ଉପଭୋକ୍ତା ବର୍ଗ କୁହାଯାଉଥିବା ଘରୋି ଉପଭୋକ୍ତାଙ୍କ ସ୍ଥିତି ମଧ୍ୟ ଭଲ ନୁହେଁ । ତେଣୁ ବିଜୁଳି ଉତ୍ପାଦନକାରୀ ସଂସ୍ଥାଙ୍କ ଚାପ ସତ୍ବେ ଓଇଆରସି ଚଳିତ ବର୍ଷ ନିମନ୍ତେ ବିଜୁଳି ଦର ଅପରିବର୍ତିତ ରଖିଛନ୍ତି । ତେବେ ଭବିଷ୍ୟତରେ ପରିସ୍ଥିତି ସୁଧୁରିଲେ ଶୁଳ୍କ ବୃଦ୍ଧି ସମ୍ଭାବନାକୁ ଆୟୋଗ ଅସ୍ବୀକାର କରିନାହାନ୍ତି ।

- Advertisement -

ରାଜ୍ୟରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଗୁଡ଼ିକ ମଧ୍ୟରୁ ଅଧିକାଂଶ କ୍ଷତିରେ ଚାଲୁଥିବା ଅଭିଯୋଗ ହୋଇ ଆସୁଛି । ବିତରଣ ଓ ପରିବହନରେ ପାଖାପାଖି ୩୦% କ୍ଷତି ରୋକିବା ସମ୍ଭବ ହେଉ ନ ଥିବାରୁ ବିଜୁଳି କମ୍ପାନୀଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତି କାହିଁକି ରୋକାଯାଇ ପାରୁନାହିଁ ତାହାର ଉତ୍ତର କାହାରି ନିକଟରେ ନାହିଁ । ଅନ୍ୟପକ୍ଷରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରାଯିବା ଯୋଗୁଁ ଗ୍ରୀଡ଼କୋକୁ କ୍ଷତି ସହିବାକୁ ପଡ଼ିବ ବୋଲି କିଛି ଅଧିକାରୀ କହିଛନ୍ତି । ୨୦୧୯-୨୦ରେ ଗ୍ରୀଡକୋ ୟୁନିଟ୍ ପିଛା ୨୫୯.୮୮ ପଇସାରେ ବିଦ୍ୟୁତ କିଣିଥିଲା, ମାତ୍ର ଏଥର ୨୭୮.୫୭ ପଇସାରେ ବିଦ୍ୟୁତ କିଣିବାକୁ ପଡ଼ିବ । ଗତବର୍ଷ ନିର୍ବାଚନ ନିମନ୍ତେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇ ନ ଥିଲା । ଚଳିତ ବର୍ଷ କରୋନା ଯୋଗୁଁ ବିଜୁଳି ବିଲ୍ ବଢ଼ି ନାହିଁ । ତେଣୁ ଚଳିତ ଆର୍ଥିକ ବର୍ଷରେ ଗ୍ରୀଡ଼କୋକୁ ପ୍ରାୟ ୭୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ଅଧିକାରୀଜଣକ କହିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories