www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ମାଡରେ ଟେଣ୍ଟ ବ୍ୟବସାୟ ବେହାଲ

ସମ୍ବଲପୁର : କରୋନା ମହମାରୀ ଯୋଗୁଁ ବିଶ୍ୱବ୍ୟାପି ଲକ ଡାଉନ ଚାଲିଛି। ଏଣୁ ବିଶ୍ୱର ଅର୍ଥନୀତି ସହିତ ଦେଶର ଆର୍ଥିକ ସ୍ଥିତି ଏବେ ଟଳମଳ ଅବସ୍ଥାରେ ରହିଛି। ଧନୀ ଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ କରୋନା ମାଡରେ ବେହାଲ ହୋଇଛନ୍ତି। ଦେଶରେ ଏକ ମାସ ଧରି ଚାଲୁ ରହିଥିବା ଲକ ଡାଉନ ବେଳେ ସମାଜିକ ଗୁରୁତ୍ୱକୁ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବିଶେଷ ଗୁୁରୁତ୍ୱ ଦିଆଯାଉଛି। ଏଣୁ ସାମୁହିକ ସଭା, ସମିତି, ବୈଠକ, ବିବାହ, ଧାର୍ମିକ କାର୍ଯ୍ୟ, ଉତ୍ସବ ଆଦି ବନ୍ଦ କରାଯାଇଥିବାରୁ ଏହା ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ଟେଣ୍ଟ ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କରୋନା ପାଇଁ କଟକଣା କେତେ ଦିନ ଯାଏ ଜାରି ରହିବ, କେହି ଠଉରାଇ ପାରୁ ନାହାନ୍ତି। ବ୍ୟବସାୟ ସିଜନ ଆରମ୍ଭ ସମୟରେ କରୋନା ଆସିଯିବାରୁ ଲକ ଡାଉନ ଯୋଗୁଁ ସବୁ ତାଲା ପଡିଗଲା। ଚଳିତ ସିଜିନରେ ଜୁଲାଇ ପର୍ଯ୍ୟନ୍ତ ବିବାହ, ବ୍ରତର ସମୟ ଥିବା ବେଳେ କରୋନା ପାଇଁ କୌଣସି ରିହାତି ମିଳିବାର ଆଶା କ୍ଷୀଣ ରହିଛି। ଏଣୁ କାମ ବନ୍ଦ ହେବା ସହିତ ପୂର୍ବରୁ ବୁକିଂ ହୋଇ ରହିଥିବା କାର୍ଯ୍ୟକ୍ରମ ଗୁଡିକ ଗୋଟିଏ ପରେ ଗୋଟିଏ ବାତିଲ ହେବାରେ ଲାଗିଛି। ବିବାହ, ବ୍ରତ ଘର ଆଦି ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଯାଇଥିବା ବେଳେ ଅଗ୍ରୀମ ଦେଇଥିବା ଲୋକେ ଟଙ୍କା ଫେରସ୍ତ ମାଗୁଛନ୍ତି। ଗୋଟିଏ ପଟରେ ବ୍ୟବସାୟ ବନ୍ଦ ହୋଇଥିବା ବେଳେ ଅନ୍ୟ ପଟରେ ରହିଥିବା ଟେଣ୍ଟ ସାମାଗ୍ରୀ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ଚାଲୁ ରହିଛି। ଟେଣ୍ଟ ସାମଗ୍ରୀ ଗୁଡିକୁ ରଖିବା ପାଇଁ ଗୋଦାମ ଘରର ଭଡା, କାର୍ଯ୍ୟାଳୟ ଘର ଭଡା, ବିଦ୍ୟୁତ ଶୁଳ୍କ ଆଦି ମଧ୍ୟ ପଇଠ କରୁଛନ୍ତି। ଜିଲାରେ ଶତାଧିକ ଛୋଟ ବଡ ଟେଣ୍ଟ ହାଉସ ରହିଥିବା ବେଳେ ସମସ୍ତେ କର୍ମଚାରୀ ମାନଙ୍କୁ ଦରମା ଓ ଖାଦ୍ୟ ପ୍ରଦାନ କରୁଛନ୍ତି। ଛୋଟ ରୁ ଛୋଟ ଟେଣ୍ଟ ବ୍ୟବସାୟୀ ମାନେ ମାସିକ ୫୦ ହଜାରୁ କ୍ଷତି ସହି ଚାଲିଥିବା ବେଳେ ବଡ ଟେଣ୍ଟ ବ୍ୟବସାୟୀ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଆୟ ଶୂନ୍ୟ ହୋଇ ରହିଥିବା ଏହି ବ୍ୟବସାୟୀ ମାନଙ୍କୁ ମାତ୍ରାଧିକ ବ୍ୟୟ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। 

ଏହା ସହିତ ଫଟୋ, ଭିଡିଓ, ଡିଜେ ସାଉଣ୍ଡ, ଫୁଲ ସାଜସଜ୍ଜା, ରଙ୍ଗୀନ ସାଜସଜ୍ଜା, କ୍ୟାଟରିଂ, ଲାଇଟ ବ୍ୟବସ୍ଥା ଆଦିର ସୁବିଧା ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ଯୋଗାଇ ଦେଇ ଟେଣ୍ଟ ବ୍ୟବସାୟ ମଧ୍ୟାମରେ ପରୋକ୍ଷରେ ରୋଜଗାର ପାଉଥିବା ଲୋକଙ୍କ ଅବସ୍ଥା କହିଲେ ନ ସରେ। ଏମାନେ ବର୍ଷରେ ୫ ରୁ ୬ ମାସ ପର୍ଯ୍ୟନ୍ତ ଚାଲୁଥିବା ବିବାହ, ବ୍ରତ, ଧାର୍ମିକ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକରେ କାର୍ଯ୍ୟ କରି ଯାହା ରୋଜଗାର କରନ୍ତି ସେଥିରେ ବର୍ଷ ବ୍ୟାପି ଚଳିଥାନ୍ତି। ଏମାନଙ୍କ ମଧ୍ୟରୁ ସିଂହଭାଗ ବ୍ୟକ୍ତି ବ୍ୟାଙ୍କ ଓ ଅନ୍ୟ ସୁତ୍ରରୁ ଋଣ କରି ଫଟୋ କ୍ୟାମେରା, ଭିଡିଓ କ୍ୟାମେରା, ଡିଜେ ସାଉଣ୍ଡ ସିଷ୍ଟମ ଆଦି କିଣି ପ୍ରତି ମାସ କିସ୍ତି ଭରି ଥାନ୍ତି। କିନ୍ତୁ ଏବେ ଲକ ଡାଉନ ଯୋଗୁଁ ବ୍ୟବସାୟ ଠପ ପଡି ଯାଇଥିବାରୁ ପରିବାର ଭରଣ ପୋଷଣର ସମସ୍ୟା ସହିତ ବ୍ୟାଙ୍କର କିସ୍ତି ପଇଠ ନ ହେବାରୁ ଦିନ କୁ ଦିନ ଋଣ ଭାର ବଢ଼ି ଚାଲିଛି। କରୋନା ଯୋଗୁଁ ଟେଣ୍ଟ ବ୍ୟବସାୟ ଅନିଶ୍ଚିତା ଘେରକୁ ଚାଲି ଯାଇଥିବା ବେଳେ ଏଥି ସହିତ ଜଡିତ ଥିବା ହଜାର ହଜାର ଲୋକଙ୍କ ବଞ୍ଚି ରହିବା ଦିନ କୁ ଦିନ କଷ୍ଟକର ହୋଇ ପଡୁଛି। ଯଦି ସରକାର ଏହି ବ୍ୟବସାୟକୁ ସହାୟତା ଯୋଗାଇ ନ ଦିଅନ୍ତି ତାହା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ବହୁ ବ୍ୟକ୍ତି ରୋଜଗାର ହରାଇବା ଏକ ପ୍ରକାରର ନିଶ୍ଚିତ। ଏଣୁ ସରକାର ଅନ୍ତତଃ ଟେଣ୍ଟ ହାଉସ ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଓ ପରୋକ୍ଷରେ ରୋଜଗାର ପାଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି ହେଉଛି।

- Advertisement -

 

 

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories