କୋଟି କୋଟି ସରକାରୀ ଟଙ୍କା ଜଣେ ସାଧାରଣ ଲୋକଙ୍କ ବ୍ୟାଙ୍କ ଖାତାରେ 

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ପଞ୍ଚାୟତ ସମିତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରତ୍ୟେକ ଦୁଇ ତିନି ମାସ ବ୍ୟବଧାନରେ ଏକ ନିଧିଷ୍ଠ ବ୍ୟାଙ୍କ ଆକାଉଣ୍ଟକୁ ଓଡିଶା ସରକାରଙ୍କ ଟ୍ରେଜେରୀ ବିଭାଗରୁ କୋଟି କୋଟି ଟଙ୍କା ଆସିବା ଏବେ ରହସ୍ୟମୟ ହୋଇଛି।

ଖବର ନେବାରୁ ଜଣା ଯାଇଛି ଯେ,  ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଖଣ୍ଡବନ୍ଧ ପଞ୍ଚାୟତ ବଡପୋଷି ଗ୍ରାମର ବେଣୁଧର ମହାନ୍ତଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଠାକୁରମୁଣ୍ଡା ଶାଖାର ସଞ୍ଚୟ ଖାତା ନମ୍ବର( ୫୪୬୫୧୦୧୧୦୦୦୭୯୪୩ )କୁ ପ୍ରତେକ ଦୁଇ ତିନି ମାସରେ କୋଟି କୋଟି ଟଙ୍କା ଜମା ହୋଇଥିବା ପ୍ରାମାଣିକ ଚିତ୍ର ଦେଖିବାକୁ ମିଳିଛି। ଏକ ନିଧିଷ୍ଠ ବ୍ୟାଙ୍କ ଖାତାକୁ ବାରମ୍ବାର କୋଟି କୋଟି ଟଙ୍କା ଓଡ଼ିଶା ସରକାରଙ୍କ ଟ୍ରେଜେରୀ ବିଭାଗ ପକ୍ଷରୁ ଆସିଥିବା ବେଳେ ,ଏହାକୁ କିପରି କୌଣସି କର୍ମଚାରୀ କିମ୍ବା ଉଚ୍ଚ ପଦାଧିକାରୀ ମାନେ ଜାଣି ପାରିନାହାଁନ୍ତି ତାହା ଏବେ ରହସ୍ୟମୟ ଘେରରେ ।  ଠାକୁରମୁଣ୍ଡା ପଞ୍ଚାୟତ ସମିତିକୁ ଆସୁଥିବା ସାମାଜିକ ସୁରକ୍ଷା ଟଙ୍କା ପଞ୍ଚାୟତ ସମିତି ସଞ୍ଚୟ ଖାତା ନମ୍ବର (୫୪୬୫୧୦୧୦୦୦୦୭୯୪୩) କୁ ନ ଆସି ମାସ ମାସ ଏକ ନିଧିଷ୍ଠ ବ୍ୟାଙ୍କ ଖାତାରେ କୋଟି କୋଟି ଟଙ୍କା ଜମା ହୋଇଥିଲେ ମଧ୍ୟ ପଞ୍ଚାୟତ ସମିତିର କୌଣସି କର୍ମଚାରୀ କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀ କିପରି ଜାଣି ପାରିଲେ ନାହିଁ। ନାଁ ଜାଣି ଜାଣି ଏପରି ଚଞ୍ଚକତା କରିଛନ୍ତି ତାହା ତଦନ୍ତ ସାପେକ୍ଷ ।

ମାସ ମାସ ଧରି ଏକ ନିଧିଷ୍ଠ ବ୍ୟାଙ୍କ ଖାତାକୁ ଲକ୍ଷ ଲକ୍ଷ ସରକାରୀ ଟଙ୍କା ଆସୁଥିବା ବେଳେ କିପରି ଟ୍ରେଜେରୀ କର୍ମଚାରୀ କିମ୍ବା ପଞ୍ଚାୟତ ସମିତି କର୍ମଚାରୀ ପକ୍ଷରୁ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଉକ୍ତ ଟଙ୍କା ସମ୍ପର୍କରେ ସୂଚନା କାହିଁକି ଦେଇନାହାନ୍ତି ? ଏହା ପଞ୍ଚାୟତ ସମିତିର କୋଉ ଟଙ୍କା କୋଉ ବିଭାଗ କୁ ଆସୁଥିଲା ? ମାସ ମାସ ଧରି ଉକ୍ତ ବିଭାଗକୁ ଟଙ୍କା ନ ଆସିବା କିମ୍ବା ଟଙ୍କା ଅନ୍ୟ ଖାତାକୁ ଚାଲିଯାଇଥିବା ସୂଚନା ଉକ୍ତ ବିଭାଗର କର୍ମଚାରୀଙ୍କ ପାଖରେ ଥିଲା କି ? ଯଦି ଥିଲା କାହିଁକି ଉପରସ୍ଥ ଅଧିକାରୀଙ୍କୁ ଜଣାଇ ନାହାଁନ୍ତି। ଏ ବାବଦରେ ଯାହା ଫଳରେ ଆଜି କୋଟି କୋଟି ସରକାରୀ ଟଙ୍କା ଏକ ନିଧିଷ୍ଠ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି। ତେବେ ଏତେ ଟଙ୍କା କୋଉ ପରିସ୍ଥିତିରେ ଏକ ନିଧିଷ୍ଠ ଖାତାକୁ ଗୋଲା ତାର ବିଧିବଦ୍ଧ ତଦନ୍ତ ହେବା ସହିତ ଏଥିରେ ଥିବା କର୍ମଚାରୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣ ରେ ଦାବି ହଇଛି। ତେବେ ଠାକୁରମୁଣ୍ଡା ବିଡ଼ିଓଙ୍କୁ ପଚାରିବାରୁ ଏ ଟଙ୍କା ସାମାଜିକ ସୁରକ୍ଷା (ଭତ୍ତା ) ମୁଁ ଅଳ୍ପ ଦିନ ହେଲା ଏ ବ୍ଲକକୁ ଆସିଛି କହିଥିଲେ ।

Comments are closed.