www.samajalive.in
Monday, December 8, 2025
14.1 C
Bhubaneswar

୩ ଦିନରେ ୧୦୦ କି.ମି. ଚାଲିଲା ୧୨ ବର୍ଷର ଝିଅ, କିନ୍ତୁ ଘରେ ପହଞ୍ଚିଲା ତା’ର ମୃତଦେହ

ବିଜାପୁର: କରୋନା ଭୂତାଣୁ ଯୋଗୁ ଲକଡାଉନ ଘୋଷଣା କରାଯାଇଥିବାରୁ ସବୁକିଛି ଠପ୍‌ ହୋଇଯାଇଛି। ସହରକୁ ରାଜଗାର କରିବାକୁ ଯାଇଥିବା ସବୁ ବର୍ଗର ଲୋକେ ଏବେ ଘରମୁହାଁ ହେଉଛନ୍ତି। ଲକଡାଉନ ଯୋଗୁ କାମ ବନ୍ଦ ଥିବାରୁ ଦୁଇବେଳା ଖାଇବାକୁ ମିଳୁନାହିଁ। ତେଣୁ ସହରକୁ ଯାଇଥିବା ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯେକୌଣସି ଉପରରେ ଘରକୁ ଫେରୁଛନ୍ତି। ଶହ ଶହ କିଲୋମିଟର ଚାଲିବାକୁ ବି ପଛାଉନାହାନ୍ତି। କିନ୍ତୁ ଏହା ଭିତରେ ଛତିଶଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ୧୨ ବର୍ଷର ଝିଅ ଘରକୁ ଯିବା ଲାଗି ୩ ଦିନରେ ୧୦୦ କିଲୋମିଟର ଦୂର ଚାଲିଲା। କିନ୍ତୁ ଘରେ ପହଞ୍ଚି ପାରିଲାନି। ଘରଠାରୁ ୧୪ କିଲୋମିଟର ଦୂରରେ ଝିଅର ଜୀବନ ଚାଲିଗଲା।

ସୂଚନା ଅନୁସାରେ, ଝିଅଟି ନାଁ ହେଉଛି ଜମଲୋ ମଡ଼କମ ଏବଂ ଘର ଛତିଶଗଡ଼ର ଆଦେଡ ଗାଁରେ। ସେ ରୋଜଗାର କରିବା ଲାଗି ତେଲେଙ୍ଗାନାର ପେରୁର ଅଞ୍ଚଳରେ କାମ କରୁଥିଲା। ଏକ କମ୍ପାନୀରେ ଲଙ୍କା ଗୁଣ୍ଡ କରିବା କାମ କରୁଥିଲା। ଏଠାରେ ତା’ ଗାଁର ଅନ୍ୟ ୧୧ ଜଣ ଲୋକ ବି କାମ କରୁଥିଲେ। କିନ୍ତୁ ଲକଡାଉନ ପରେ କାମଧନ୍ଦା ନ ମିଳିବାରୁ ଖାଇବା ପିଇବାରେ ସମସ୍ୟା ହୋଇଥିଲା। କିଛିଦିନ ସେମାନେ ଆଡଜଷ୍ଟ କରିଥିଲେ। କିନ୍ତୁ ଖାଦ୍ୟାଭାବ ସମସ୍ୟା ଉପୁଜିବାରୁ ସେମାନେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ। ଗତ ୧୬ ତାରିଖରେ ସେମାନେ ଚାଲି ଚାଲି ଘରକୁ ଫେରୁଥିଲେ। ୧୨ ବର୍ଷର ଝିଅଟି ବି ଚାଲି ଚାଲି ଆସୁଥିଲା। ରାସ୍ତାରେ ତା’ର ଦେହ ଖରାପ ହୋଇଗଲା। ତଥାପି ସେ ଚାଲିଲା। ଜଙ୍ଗଲ ରାସ୍ତା ହୋଇଥିବାରୁ ଚିକିତ୍ସା ସୁବିଧା ମିଳି ନ ଥିଲା। ୧୮ ତାରିଖରେ ଭଣ୍ଡାରପାଳ ଗାଁ ନିକଟରେ ଝିଅଟିର ମୃତ୍ୟୁ ଘଟିଥିଲା। ଆଉ ୧୪ କିଲୋମିଟର ପରେ ସେ ଘରେ ପହଞ୍ଚିଥାଆନ୍ତା। କିନ୍ତୁ ଘରେ ତା’ର ମୃତଦେହ ପହଞ୍ଚିଥିଲା। ଏହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories