www.samajalive.in
Sunday, December 7, 2025
23.1 C
Bhubaneswar

ଏନ୍‍ଟିପିସି ସୁନ୍ଦରଗଡ଼ ମେଡ଼ିକାଲ୍‍ କଲେଜ ଲୋକାର୍ପିତ

ସୁନ୍ଦରଗଡ଼: ନ୍ୟାସ୍‍ନାଲ୍‍ ଥର୍ମାଲ୍‍ ପାୱାର କର୍ପୋରେସନ୍‍ ଲିମିଟେଡ୍‍ (ଏନ୍‍ଟିପିସି) ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ସ୍ଥାପିତ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‍-୧୯ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦ୍‍ଘାଟନ ହୋଇଯାଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ସଚିବ(୫ଟି) ଭି.କେ.ପାଣ୍ଡିଆନ୍‍, ଏନ୍‍ଟିପିସି କ୍ଷେତ୍ରୀୟ କାର୍ଯ୍ୟକାରୀ ନିର୍ଦେଶକ ସଞ୍ଜୀବ କିଶୋର, ଦର୍ଲିପାଲି ମୁଖ୍ୟ ମହାପ୍ରବନ୍ଧକ ଏସ୍‍.କେ.ସତ୍ୟା, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ସିଡିଏମ୍‍ଓ ଏସ୍‍.କେ.ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏନ୍‍ଟିପିସି ଲିମିଟେଡ୍‍ ଏକ ସାମାଜିକ ଦାୟିତ୍ୱବନ୍ଧ ସଂସ୍ଥା ଭାବେ ସୁନ୍ଦରଗଡ଼ର ଏହି ମେଡ଼ିକାଲ୍‍ କଲେଜ ଓ ହସ୍‍ପିଟାଲ୍‍କୁ ସ୍ଥାପନ କରି ଏହି ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରିଛି। ଏହି ପରିଯୋଜନା ଏନ୍‍ଟିପିସି ଦର୍ଲିପାଲି ପାୱାର ପ୍ରୋଜେକ୍ଟର ଆର୍‍ ଆଣ୍ଡ ଆର୍‍ ଯୋଜନା ଅନ୍ତର୍ଗତ ୪୧୮କୋଟି ଟଙ୍କାର ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିଲା ଏବଂ ଗତ ୧୩ ଡିସେମ୍ବର ୨୦୧୩ରେ ଓଡ଼ିଶା ସରକାରଙ୍କ ସହିତ ଏମ୍‍ଏମ୍‍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ମେଡ଼ିକାଲ୍‍ କଲେଜରେ ବ୍ୟାଚ୍‍ ପ୍ରତି ୧୦୦ଜଣ ଛାତ୍ରଛାତ୍ରୀ ଗ୍ରହଣ କରାଯିବା ସହ ଡାକ୍ତରଖାନାରେ ୫୦୦ଟି ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ।

- Advertisement -

ବର୍ତ୍ତମାନର ବ୍ୟବହାରଯୋଗ୍ୟ ଅବସ୍ଥାରେ ଥିବା ଭିତ୍ତିଭୂମି ହେଉଛି, ଡାକ୍ତରଖାନାର ଅଂଶବିଶେଷ ଯାହାକି କୋଭିଡ୍‍-୧୯ ମହାମାରୀ ଯୋଗୁ ବିଚ୍ଛିନ୍ନତା ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ୨୦୦ଟି ବେଡ୍‍କୁ ଜରୁରୀକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇଅଛି। ହସ୍‍ପିଟାଲ୍‍ ବ୍ଲକ ଏବଂ ମେଡ଼ିକାଲ୍‍ କଲେଜର ଅନ୍ୟାନ୍ୟ ସୁବିଧା ଶେଷ ପର୍ଯ୍ୟାୟରେ ରହିଛି ଏବଂ ଜୁଲାଇ ୨୦୨୦ ସୁଦ୍ଧା ହସ୍ତାନ୍ତର କରିବାକୁ

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories