www.samajalive.in
Saturday, December 13, 2025
27.1 C
Bhubaneswar

କରୋନା କ୍ଷତି: ଚୀନଠାରୁ ୧୩ ହଜାର କୋଟି ପାଉଣ୍ଡ ଦାବି କଲା ଜର୍ମାନୀ

ବର୍ଲିନ : ବୈଶ୍ବିକ ମହାମାରୀ କରୋନା ଯୋଗୁଁ ସମଗ୍ର ପୃଥିବୀରେ ନିନ୍ଦିତ ହେବାରେ ଲାଗିଛି ଚୀନ । ଏହି ଭୂତାଣୁରେ ପ୍ରାୟ ୨୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କଲାଣି । କେବଳ ୟୁରୋପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାଖାପାଖି ହୋଇଛି । କେବଳ ସେତିକି ନୁହେଁ ସାରା ବିଶ୍ବର ଅର୍ଥନୀତିକୁ କରୋନା ଭୂତାଣୁ ନଷ୍ଟଭ୍ରଷ୍ଟ କରିଦେଇଛି ।  ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ପରେ ଜର୍ମାନୀ ବି ଚୀନକୁ ଏଥିପାଇଁ ଦାୟୀ କରିଛି । ଆମେରିକା କରୋନା ଭୂତାଣୁ ସମ୍ପର୍କରେ ଚୀନ ଆଭ୍ୟନ୍ତରକୁ ଯାଇ ତଦନ୍ତ ଆବଶ୍ୟକତା ପାଇଁ କହିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଚୀନକୁ ସିଧାସଳଖ ଦାୟୀ କରି ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ଲାଗି ଚୀନ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଚୀନ ଯଦି ଜାଣିଶୁଣି ଏପରି କରିଛି ତେବେ ଏହାର ପରିଣାମ ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ । ଟ୍ରମ୍ପ କହିଥିଲେ ଯେ, ଯଦି ଭୁଲ ଅଜଣା ଭାବେ ହୋଇଛି ତାହା ଠିକ ଅଛି, କିନ୍ତୁ ଜାଣିଶୁଣି ଭୁଲ ହୋଇଥିଲେ କିଛି ଠିକ ହେବ ନାହିଁ । ଏପରି ସ୍ଥିତିରେ ଆଉ ପାଦେ ଆଗେଇ  ଯାଇଛି ଜମାନୀ । ନିଜ ଦେଶରେ କରୋନାଜନିତ କ୍ଷତି ନିମନ୍ତେ ଚୀନଠାରୁ ୧୩ ହଜାର କୋଟି ପାଉଣ୍ଡ (୧୪୯ ବିଲିଅନ ୟୁରୋ) ଦାବି କରିଛି ଜର୍ମାନୀ ।

- Advertisement -

ଜର୍ମାନର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ବ୍ଲିଡ଼୍’ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ଯୋଗୁଁ ଜର୍ମାନ ବିଭିନ୍ନ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଦେଶର ଜିଡ଼ିପି ୪%ରୁ ଅଧିକ ହ୍ରାସ ପାଇଛି । ହାରାହାରି ପ୍ରତିଟି ଜର୍ମାନ ନାଗରିକଙ୍କ କ୍ଷତି ୧୭୮୪ ୟୁରୋ (୧୫୫୦ ପାଉଣ୍ଡ) । ଏଥିରେ ପର୍ଯ୍ୟଟନ, ଚଳଚ୍ଚିତ୍ର ଶିଳ୍ପ, ବିମାନ ଚଳାଚଳ ସଂସ୍ଥା, ଶିଳ୍ପ ସଂସ୍ଥା ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି । କେବଳ ପର୍ଯ୍ୟଟନ ଶିଳ୍ପରେ କ୍ଷତି ପରିମାଣ ୨୭ ନିୟୁତ ୟୁରୋ ଓ ଶିଳ୍ପ କ୍ଷେତ୍ରରେ ୫୦ ନିୟୁତ ୟୁରୋ କ୍ଷତି ଘଟିଛି। । ତେଣୁ ଏହି ପରିମାଣ ଅର୍ଥ ଚୀନଠାରୁ ଜର୍ମାନୀ ପାଇବାର ଆବଶ୍ୟକତା ଅଛି। ଏକ୍ସପ୍ରେସ ୟୁକେ ପକ୍ଷରୁ ପ୍ରକାଶିତ ସୂଚନା  ଅନୁସାରେ ଜର୍ମାନର କ୍ଷତି ନିମନ୍ତେ ଚୀନ ୧୪୯ ବିଲିଅନ ୟୁରୋ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ବ୍ଲିଡ଼୍ କହିଛି । ଏହି ଖବରକାଗଜର ମୁଖ୍ୟ ସମ୍ପାଦକ ଜୁଲିଆନ ଚାଇଚେଲ୍ଡ଼ ଚୀନକୁ କଠୋର ସମାଲୋଚନା କରିଛନ୍ତି । ଚୀନ ରାଷ୍ଟ୍ରପତି ଓ ବୈଜ୍ଞାନିକମାନେ  ଭୂତାଣୁ ସଂକ୍ରମଣରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ମଧ୍ୟ ସାରା ବିଶ୍ବକୁ ଅନ୍ଧାରରେ ରଖିଥିଲେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଚୀନ୍ କର୍ତ୍ତୃପକ୍ଷ ଏପରି ଦାବି ଓ ସମାଲୋଚନାକୁ ନେଇ ପାଲଟା ଅଭିଯୋଗ କରିଛନ୍ତି । ବିଦେଶୀଙ୍କ ପ୍ରତି ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜର୍ମାନ ସମ୍ବାଦପତ୍ର ଏପରି ରିପୋର୍ଟ ପ୍ରକାଶ କରିଛି ବୋଲି ଚୀନ କହିଛି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories