www.samajalive.in
Saturday, December 6, 2025
14.1 C
Bhubaneswar

ମାସ୍କ ପିନ୍ଧିବାକୁ ମନା କରିବାରୁ…ଦିବ୍ୟାଙ୍ଗ ପୁଅର ତଣ୍ଟି ଚିପି ହତ୍ୟା କଲା ବାପା

କଲକାତା: କରୋନା ଭୂତାଣୁକୁ ନେଇ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାମଧ୍ୟରେ ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉତ୍ତର କଲକାତାରେ ଜଣେ ବାପା ତା’ର ଦିବ୍ୟାଙ୍ଗ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି। ପୁଅର ଭୁଲ ଏହା ଥିଲା ଯେ ସେ ମାସ୍କ ପିନ୍ଧିବାକୁ ମନା କରିଦେଲା। ବାସ ଏତିକିରେ ବାପା ହିତାହିତ ଜ୍ଞାନ ଭୁଲି ପୁଅକୁ ହତ୍ୟା କଲା। ପରେ ଅଭିଯୁକ୍ତ ବାପା ଥାନାକୁ ଯାଇ ଆତ୍ମସମର୍ପଣ କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୭ଟାରେ ଅଭିଯୁକ୍ତ ବଂଶୀଧର ମଲ୍ଲିକ(୭୮) ଥାନାରେ ପହଞ୍ଚିଥିଲା। ବଂଶୀଧର ଥାନାରେ କହିଥିଲା ଯେ, ସେ ତା’ର ନିଜ ପୁଅ ଶୀର୍ଷେନ୍ଦୁ ମଲ୍ଲିକ(୪୫)କୁ ତଣ୍ଟିଚିପି ହତ୍ୟା କରିଛି। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ବଂଶୀଧର ଏବଂ ତା’ର ପୁଅ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ପୁଅ ଦିବ୍ୟାଙ୍ଗ ହୋଇଥିବାବେଳେ ବେରୋଜଗାର ଥିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ବଂଶୀଧର ଶନିବାର ତା’ ପୁଅକୁ କହିଥିଲା ଯେ, ଯେତେବେଳେ ବି ବାହାରକୁ ଯାଉଛୁ ମାସ୍କ ପିନ୍ଧିକି ଯିବୁ, କିନ୍ତୁ ପୁଅ ମାସ୍କ ପିନ୍ଧିବାକୁ ମନା କରିଥିଲା। ଏଥିରେ ରାଗିଯାଇ ବଂଶୀଧର ପୁଅ ଶୀର୍ଷେନ୍ଦୁକୁ ତଣ୍ଟି ଚିପି ମାରିଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories