www.samajalive.in
Saturday, December 6, 2025
15.1 C
Bhubaneswar

କରୋନାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ଇନ୍ଦୋର: କରୋନା ଭୂତାଣୁ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ। ଏହା ମଧ୍ୟରେ ଇନ୍ଦୋରରେ ଜଣେ ଥାନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଥାନା ଅଧିକାରୀ ଦେବେନ୍ଦ୍ର ଚନ୍ଦ୍ରବଂଶୀ କରୋନା ଯୁଦ୍ଧରେ ହାରି ଯାଇଛନ୍ତି।

କରୋନା ବିରୋଧୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ପୁଲିସ କର୍ମଚାରୀ ବି ଆକ୍ରାନ୍ତ ହେଉଥିବା ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶ ଏବଂ ଇନ୍ଦୋର କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଗତ କିଛିଦିନ ମଧ୍ୟରେ ଅନେକ ସ୍ବାସ୍ଥ୍ୟକର୍ମୀ ଏବଂ ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବେନ୍ଦ୍ର ଚନ୍ଦ୍ରବଂଶୀ ସାମିଲ ଥିଲେ। ଚନ୍ଦ୍ରବଂଶୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪୫ ବର୍ଷୀୟ ଚନ୍ଦ୍ରବଂଶୀ ଜୁନୀ ଇନ୍ଦୋର ଥାନା ଅଧିକାରୀ ଥିଲେ। ଗତ ୧୦ ଦିନ ଧରି ତାଙ୍କର ଅରୋବିନ୍ଦ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିଲା। ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories