www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ -୧୯ ସଂକ୍ରମଣ ପୁଲ ପରୀକ୍ଷା – ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ

ସମାଜ ପୋର୍ଟାଲ ଡେସ୍କ: ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶ କୋଭିଡ -୧୯ ସଂକ୍ରମଣ ପାଇଁ ପୁଲ ପରୀକ୍ଷା ଆରମ୍ଭ କରିଛି। ୟୁପି ସ୍ୱାସ୍ଥ୍ୟ ବିଭାଗ ଦେଶର କୋଭିଡ -୧୯ ହଟସ୍ପଟ ଆଗ୍ରାର ପାଞ୍ଚଟି ନମୁନାର ୩୦ଟି ପୁଲ ପରୀକ୍ଷା କରିଛି ଏବଂ ସମସ୍ତ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ସେଠାକାର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ କହିଛନ୍ତି। ୟୁପିରେ ପ୍ରାୟ ୧୪ଟି ପରୀକ୍ଷା ଲ୍ୟାବ ଅଛି ଏବଂ ପ୍ରତିଦିନ ୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଶୁକ୍ରବାର ସୁଦ୍ଧା, ୟୁପିର ୪୮ଟି ଜିଲ୍ଲାରେ ୭୭୩ଟି ପଜିଟିଭ୍ କୋଭିଡ୍ -୧୯ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୬୮ ଜଣ ଆରୋଗ୍ୟ ହୋଇଥିବା ଜଣାପଡିଛି।

ଇତି ମଧ୍ୟରେ ଯୋଗୀ ସରକାର ଲକ ଡାଉନ ନିୟମ ଉଲ୍ଲଂଘନ କରିଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାହାରନପୁର ଜିଲ୍ଲା ପ୍ରଶାସନ ତବଲିଗି ଜମାତ ମୁଖ୍ୟ ମୌଲାନା ସାଦଙ୍କ ଚାରିଜଣ ସମ୍ପର୍କୀୟଙ୍କ ବିରୋଧରେ ଏତଲା ରୁଜ୍ଜୁ କରିଛି। ସେମାନେ ନିଜର ପରିଚୟ ଗୋପନ ରଖିଥିବା ଅଭିଯୋଗ ହୋଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories