www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଦୁଃଖକୁ ବଳି ଯାଉଛି ଭୋକ – କିଏ ବୁଝିବ ଗୁଜୁରାଟରେ ଫସି ରହିଥିବା ଅଢେଇ ଲକ୍ଷ ଓଡିଆଙ୍କ ସମସ୍ୟା

ସମାଜ ପୋର୍ଟାଲ ଡେସ୍କ: ଲକ ଡାଉନ ଯୋଗୁଁ ଗୁଜୁରାଟରେ ଫସି ରହିଥିବା ଅଢେଇ ଲକ୍ଷରୁ ଅଧିକ ଓଡିଆ ଶ୍ରମିକ ଅତ୍ୟନ୍ତ ଦୟନୀୟ ସ୍ତିତିରେ ରହିଥିବା ଜଣାପଡିଛି। କମ୍ପାନୀ ବନ୍ଦ ଥିବାରୁ ସେମାନଙ୍କ ପାଖରେ କୌଣସି ଆୟ ନ ଥିବା ବେଳେ ଛୋଟ ଛୋଟ କୋଠରୀରେ ୧୦ରୁ ୨୦ ଜଣ ରହୁଥିବା ଜଣାପଡିଛି। ଭୋକ ଉପାସରେ ରହିଥିବା ସେହି ଶ୍ରମିକମାନଙ୍କୁ ଏବେ ଭୟ ଯେ ସେମାନେ ଯେଉଁ ପରିସ୍ଥିତିରେ ଅଛନ୍ତି ଯେ କୌଣସି ସମୟରେ କରୋନା ସଂକ୍ରମଣର ଶିକାର ହୋଇପାରନ୍ତି।

ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର ଅଟନ୍ତି ଯେଉଁମାନେ ସୁରଟର ବୟନ ଶିଳ୍ପରେ ନିୟୋଜିତ ଯାହା ଏବେ ଲକ ଡାଉନ ପରେ ବନ୍ଦ ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶ୍ରମିକମାନଙ୍କୁ ସହାୟତା ଯୋଗାଇ ଦେବାକୁ ଚିଠି ଲେଖିଥିଲେ ଏବଂ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯିବ ବୋଲି କହିଥିଲେ। କେବଳ ସେତିକି ନୁହେଁ, ବାହାରେ ରହିଥିବା ଓ ଓଡିଶାକୁ ଫେରି ପାରିନଥିବା ଶ୍ରମିକମାନଙ୍କ ସହାୟତା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା ହେଲେ ଫଳ ଶୂନ ଭଳି ଜଣାପଡୁଛି। ସେଠାରେ ଫସି ରହିଥିବା ଶ୍ରମିକମାନେ ଲକ ଡାଉନ ନିୟମ ଓ ସାମାଜିକ ଦୂରତା ଭଳି ବ୍ୟବସ୍ଥା ଭଙ୍ଗ କରି ବାଧ୍ୟ ହୋଇ ବାହାରକୁ ଆସି ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂକ୍ରମଣର ଶିକାର ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories