www.samajalive.in
Sunday, December 14, 2025
16.1 C
Bhubaneswar

କରୋନା ଅପଡେଟସ୍‍ : ସଂକ୍ରମିତଙ୍କ ସଂଖ୍ୟା ୧୨, ୩୮୦, ମୃତ୍ୟୁ ସଂଖ୍ୟା ୪୧୪

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ହଜାର ୩୮୦ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪୮୯ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାପରେ ନିଜ ନିଜର ଘରକୁ ଫେରିଯାଇଥିବାବେଳେ ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୧୪ ରେ ପହଞ୍ଚିଛି।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦେଶର ଜିଲ୍ଲାଗୁଡ଼ିକୁ ଅତିମାତ୍ରାରେ ସଂକ୍ରମିତ ଜିଲ୍ଲା, କମ୍‍ ସଂକ୍ରମିତ ଜିଲ୍ଲା ଓ ଆଦୌ ସଂକ୍ରମିତ ହୋଇ ନ ଥିବା ଜିଲ୍ଲା ଭାବେ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,ଅତିମାତ୍ରାରେ ସଂକ୍ରମିତ ଜିଲ୍ଲାଗୁଡ଼ିକ ମଧ୍ୟରେ ସେହି ଜିଲ୍ଲାଗୁଡ଼ିକ ଅଛି, ଯେଉଁଗୁଡ଼ିକରେ ବହୁ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହୋଇଛନ୍ତି କିମ୍ବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟାରେ ବୃଦ୍ଧି ପାଇଚାଲିଛି।
କମ୍‍ ସଂକ୍ରମିତ ଜିଲ୍ଲାଗୁଡ଼ିକ ମଧ୍ୟରେ ସେହି ଜିଲ୍ଲାଗୁଡ଼ିକ ରହିଛି, ଯେଉଁଗୁଡ଼ିକରୁ ସଂକ୍ରମଣର ଖବରମାନ ଆସି ପହଞ୍ଚୁଛି। ଯେଉଁ
ଜିଲ୍ଲାଗୁଡ଼ିକରେ କୌଣସି ବ୍ୟକ୍ତି କୋଭିଡ଼୍‍-ନାଇଣ୍ଟିନ୍‍ରେ ସଂକ୍ରମିତ ହୋଇ ନାହାନ୍ତି, ସେଗୁଡିକୁ ତୃତୀୟ ଶ୍ରେଣୀରେ ରଖାଯାଇଛି। ସେ କହିଛନ୍ତି,  ୧୭୦ଟି ଅଧିକ ସଂକ୍ରମିତ ଜିଲ୍ଲାକୁ ଚିହ୍ନଟ କରାଯାଇଥିବାବେଳେ ୨୦୭ଟିରେ କମ୍‍ ସଂକ୍ରମିତ ଜିଲ୍ଲା ଚିହ୍ନଟ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories