www.samajalive.in
Saturday, December 13, 2025
26.1 C
Bhubaneswar

ଗାଡ଼ି ଓ ସ୍ବାସ୍ଥ୍ୟବୀମା ଅବଧି ସରି ଯାଇଛି କି ? ମେ ୧୫ ତାରିଖ ପର୍ଯ୍ୟନ୍ତ ରହନ୍ତୁ ନିଶ୍ଚିନ୍ତ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ଗାଡ଼ି କିମ୍ବା ସ୍ବାସ୍ଥ୍ୟ ବୀମାରାଶି ପ୍ରଦାନ କରି ପାରୁନାହାନ୍ତି କି ? ଏଥିପାଇଁ ବିବ୍ରତ ଅଛନ୍ତି କି? ଏହାର ସମାଧାନ ସୂତ୍ର ବାହାର କରିଛନ୍ତି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ । ଲକ୍ଡ଼ାଉନ ଯୋଗୁଁ ସ୍ବାସ୍ଥ୍ୟ ଓ ଯାନବାହନ ବୀମା ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ଏପ୍ରିଲ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, ମାତ୍ର ପ୍ରଧାନମନ୍ତ୍ରୀ ଲକଡ଼ାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ଅର୍ଥ ମନ୍ତ୍ରଣାଳୟ ବୀମା ଅବଧିକୁ ମେ ୧୫ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି ।ଫଳରେ  ଅବଧି ​‌ଶେଷ ହୋଇ ଯାଇଥିଲେ ମଧ୍ୟ ଗାଡ଼ି ଓ ସ୍ବାସ୍ଥ୍ୟବୀମା ପ୍ରଦାନ କରିବାକୁ ଖାଉଟି ସମସ୍ୟା ଭୋଗିବେ ନାହିଁ । ତେବେ ଏଥିରେ ଗୋଟିଏ ସର୍ତ ରହିଛି । ମୋଟରଗାଡ଼ି କ୍ଷେତ୍ରରେ ଏହି ଅବଧି କେବଳ ତୃତୀୟପକ୍ଷ (ଥାର୍ଡ଼ ପାର୍ଟି) ବୀମା ନିମନ୍ତେ ଲାଗୁ ହେବ  । ଇଆରଡିଏଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ବୃଦ୍ଧି ପାଇଥିବା ଅବଧି ଏବଂ ବୈଧତା ମୋଟର ଥାର୍ଡ ପାର୍ଟି କମ୍ପୋନେଣ୍ଟ ପାଇଁ ଲାଗୁ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories