www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ମୁକାବିଲା ପାଇଁ ଆଶା ଦିଦିଙ୍କ ଆର୍ଥିକ ସହାୟତା

ସମ୍ବଲପୁର : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିଛନ୍ତି। ଏହି ବିପଦର ମୁକାବିଲା ପାଇଁ ସର୍ବାଗ୍ରେ ରହିଥିବା ଯୋଦ୍ଧା ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ କାର୍ଯ୍ୟରତ ‘ଆଶା’ କର୍ମୀ ମାନେ ଅନ୍ୟତମ। ତେବେ ଏହି ସଙ୍କଟଜନକ ପରିସ୍ଥିତିରେ ନିଜ ଓ ପରିବାରର ଦାୟିତ୍ୱକୁ ଦ୍ୱିତୀୟ ସ୍ଥାନରେ ରଖି ଆଗେଇ ଆସିଥିବା ଏହି ଆଶା କର୍ମୀ ମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନ କରିଛନ୍ତି। ସମ୍ବଲପୁର ଜିଲା ଆଶା କର୍ମୀ ମାନେ ମିଳିତ ଭାବେ ସେମାନଙ୍କର ପାରିଶ୍ରମିକରୁ ଚାନ୍ଦା କରି ଏହି ସହାୟତା ରାଶି ସଂଗ୍ରହ କରିଛନ୍ତି। ସେମାନେ ସହାୟତା ରାଶି ଚେକକୁ ଜିଲାପାଳ ଶୁଭମ ସାକ୍ସସେନାଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ ଅତିରିକ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଆପାତ୍ତକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶଶୀ ଭୂଷଣ ପଟେଲ, ଡା. ଅଶୋକ କୁମାର ଦାଶ, ଡା. କୁବେର ଚନ୍ଦ୍ର ମହନ୍ତ, ଡା. କୋଦଣ୍ଡ ରାଓ, ମୌସୁମୀ ମିଶ୍ର, ସସ୍ମିତା ପଣ୍ଡା, ଅଶ୍ୱିନୀ କୁମାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଆଶା ସଂଘ ତରଫରୁ ବବିତା ନାଥ, ଯାଜ୍ଞସେନୀ ପ୍ରଧାନ, ସଞ୍ଜିତା ସିଂହ ଙ୍କ ସମେତ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଏହି ଆଶା ମାନେ କରୋନା ମୁକାବିଲା ପାଇଁ ପାଣ୍ଠି ଦାନ କରି ମାନବିକତା କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଆଶା ଦିଦି ମାନଙ୍କର ଏହି କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories