ଭୁବନେଶ୍ବର (ବ୍ୟୁରୋ): ଆଗାମୀ ୧ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତିଟି ଜିଲାରେ କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋବିଦ ହସପିଟାଲ ସ୍ଥାପନ ବ୍ୟବସ୍ଥା କରାଯାଇଛି । ଅନୁରୂପ ଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ବୁର୍ଲାର ଭିମସାରଠାରେ ଆଗାମୀ ଦୁଇଦିନ ମଧ୍ୟରେ ଅର୍ଥାତ ୧୬ ତାରିଖ ସୁଦ୍ଧା କରୋନା ପରୀକ୍ଷା ଉପଲବ୍ଧ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହ ରାଉରକେଲାର ଆଇଜିଏଚ୍ ଓ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜରେ କୋବିଦ-୧୯ ପରୀକ୍ଷା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି । କୋବିଦ ସଂକ୍ରମଣ ନିୟନ୍ତ୍ରଣରେ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ବିଭିନ୍ନସ୍ତରରେ ତାଲିମ ଦିଆଯାଇଥିବା ନେଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।
Popular Categories



