www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ଯୁଦ୍ଧ : ଜାଣନ୍ତୁ କଣ ପାଇଁ ଅପ୍ରିଲ ୩୦ ପରିବର୍ତ୍ତେ ମେ ୩ ପର୍ଯ୍ୟନ୍ତ ଲକଡ଼ାଉନ୍ ଅବଧି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ବିରୋଧରେ ଯୁଦ୍ଧ ଡ଼ାକରା ଦେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ୍(ତାଲା ବନ୍ଦ) ଘୋଷଣା କରିଥିଲେ। ଯାହାର ଅବଧି ଆଜି ଶେଷ ହେଉଛି। କିନ୍ତୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଲକଡାଉନ୍ ଅବଧିକୁ ଆଉ ୧୯ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଲାବନ୍ଦ ଅବଧିକୁ ୧୯ ଦିନ ବୃଦ୍ଧିକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଗୋଟିଏ ସପ୍ତାହ କି ଦୁଇ ସପ୍ତାହ କିମ୍ବା ମାସର ଶେଷ ନୁହେଁ। ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ ଅପ୍ରିଲ ୩୦ ପରିବର୍ତ୍ତେ କାହିଁକି ମେ ୩ ପର୍ଯ୍ୟନ୍ତ ଲକଡ଼ାଉନ୍ ଅବଧିକୁ ବୃଦ୍ଧି କରାଯାଇଛି?

- Advertisement -

ଏହାର କାରଣ ଆମେ ଆପଣଙ୍କୁ କହିବୁ, ତେବେ ଆସନ୍ତୁ ଜାଣିବା କଣ ପାଇଁ ଅପ୍ରିଲ ୩୦ ପରିବର୍ତ୍ତେ ମେ ୩ ପର୍ଯ୍ୟନ୍ତ ଲକଡ଼ାଉନ୍ ଅବଧି ବୃଦ୍ଧି କରାଗଲା

ସରକାରୀ ସୂତ୍ର ଅନୁଯାୟୀ, ତାଲାବନ୍ଦ ଅବଧି ମେ ୩ପର୍ଯ୍ୟନ୍ତ ବୃଦ୍ଧି କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବରଂ ଏହି ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଦ୍ବାରା ନିଆଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ ଅବଧି ବୃଦ୍ଧି କରାଯିବାକୁ କେନ୍ଦ୍ରକୁ ରାଜ୍ୟ ସରକାରମାନେ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର କେବଳ ୩୦ ଅପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଚାହୁଁଥିଲେ କିନ୍ତୁ ମେ ୧ ଶ୍ରମ ଦିବସ ପାଇଁ ଛୁଟି , ତା’ପର ଦିନ ଦୁଇ ମେ ଶନିବାର ଏବଂ ମେ ୩ ରବିବାର ପଡ଼ୁଥିବାରୁ ରାଜ୍ୟ ସରକାରମାନେ ତାଲବନ୍ଦ ଅବଧି ଅପ୍ରିଲ ୩୦ ପରିବର୍ତ୍ତେ ମେ ୩ ପର୍ଯ୍ୟନ୍ତ ଆଉ ତିନି ଦିନ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories