www.samajalive.in
Sunday, December 14, 2025
14.1 C
Bhubaneswar

ବୁଲା ଜୀବଜନ୍ତୁଙ୍କ ଭରସା ପିଉପୁଲ ଫର ଆନିମଲସ ସଂସ୍ଥା

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲକଡାଉନ ଘୋଷଣା ପରେ ଯଦିଓ ବିଭିନ୍ନ ଅଂଚଳକୁ ନିତ୍ୟ ବ୍ୟବହାର ଯୋଗ୍ୟ ଦ୍ରବ୍ୟ ପଠାଇଆବ କ୍ଷେତ୍ରରେ ସରକାର ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି କିନ୍ତୁ ବାହାରେ ବୁଲୁଥିବା ଜୀବଜନ୍ତୁମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ହେଉନଥିବା ଜଣାପଡିଛି। ଗୃହପାଳିତ ପଶୁମାନଙ୍କ କ୍ଷେତ୍ରରେ ଯଦିଓ କୌଣସି ସମସ୍ୟା ନାହିଁ କିନ୍ତୁ ବାହାରେ ଏଣେତେଣେ ବୁଲୁଥିବା ଗାଈ, ଷଣ୍ଢ, କୁକୁର ଓ ବିଶେଷ କରି ମାଙ୍କଡ଼ ଭଳି ଜୀବଙ୍କ ଅବସ୍ଥା ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଲୋକମାନଙ୍କ ଚଳପ୍ରଚଳ ନ ଥିବାରୁ ଓ ବଜାରଘାଟ ବନ୍ଦ ଥିବାରୁ ସେହିଭଳି ପଶୁମାନେ ଖାଦ୍ୟ ନ ପାଇ ବିକଳରେ ଛଟପଟ ହେଉଛନ୍ତି।

- Advertisement -

ତେବେ ପାଟି ଫିଟୁ ନ ଥିବା ସେହି ଜନ୍ତୁମାନଙ୍କୁ ଖାଇବାକୁ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ପିଉପୁଲ ଫର ଆନିମଲସ ସଂସ୍ଥାର କର୍ମକର୍ତ୍ତା। ସେମାନେ ଭୁବନେଶ୍ୱର ବିଭିନ୍ନଅଂଚଳ ଗସ୍ତ କରି ନିରାଶ୍ରୟା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଆଜି ସମ୍ପୃକ୍ତ ସଂସ୍ଥାର କର୍ମକର୍ତ୍ତାମାନେ ପଟିଆ, ଜୟଦେବ ବିହାର, ସହିଦ ନଗର, ଇନ୍ଫୋସିଟି, କଳ୍ପନା ଓ ଖଣ୍ଡଗିରି ଅଂଚଳରେ ଭୋକିଲା ଜୀବଙ୍କୁ ଖାଦ୍ୟ ଯୋଗାଇଛନ୍ତି। କୁକୁରମାନଙ୍କ ପାଇଁ ରନ୍ଧା ଖାଦ୍ୟ, ଗାଈ ଓ ଷଣ୍ଢଙ୍କ ପାଇଁ ସେମାନେ ତରଭୁଜ, ଅନ୍ୟାନ୍ୟ ଫଳ ଓ ପନିପରିବା ଯୋଗାଇ ଦେଇଥିବା ବେଳେ ମାଙ୍କଡଙ୍କ ପାଇଁ ଆଳୁ, ବାଇଗଣ ଓ କଦଳୀ ଯୋଗାଇ ଦେଇଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories